ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବାପା ମାଆଙ୍କ ଆଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ।

ବୃଷ: କାହାରିକୁ ବନ୍ଧୁ କରିବା ପୂର୍ବରୁ ତାଙ୍କ ସମ୍ବନ୍ଧରେ ଭଲଭାବେ ଜାଣି ନିଅନ୍ତୁ। ଘର ପାଇଁ କାଠ ଜିନିଷ କିଣି ପାରନ୍ତି। ସନ୍ତାନ ପ୍ରତି ବିଶ୍ବାସ ବଢ଼ିବ।

ମିଥୁନ: ସବୁ କାମ ନିର୍ଦ୍ଧ‌ାରିତ ସମୟ ମଧ୍ୟରେ ପୂରା ହେବ। ମନର ସଂଶୟ ସଂପର୍କୀୟଙ୍କୁ ଜଣାନ୍ତୁ, ସବୁ ଠିକ୍ ହୋଇଯିବ। ସମସ୍ତଙ୍କ ସହ ସାମଞ୍ଜସ୍ୟ ବଜାୟ ରହିବ।

କର୍କଟ: ନିଜର ସ୍ବଭାବରେ ଟିକେ ପରିବର୍ତ୍ତନ ଆଣନ୍ତୁ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସିଂହ: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। କାର୍ଯ୍ୟ ବ୍ୟସ୍ତତାରେ ରହିବା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ଭଲ କଂପାନିରେ ଚାକିରିର ସୁଯୋଗ ଆସିବ।

କନ୍ୟା: ସୋସିଆଲ ମିଡ଼ିଆରେ ନୂଆ ବନ୍ଧୁ ବନାଇବେ। ଆପଣ ରୋଜଗାରର ଉଚିତ ସୁଯୋଗ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।

ତୁଳା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆପଣଙ୍କର ଭଲ ବ୍ୟବହାର ପାଇଁ ପଡ଼ୋଶୀ ପ୍ରଶଂସା କରିବେ।

ବିଛା: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ଧନୁ: କାମ ପୂରା କରିବାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ହେବ। ଭୂସଂପତ୍ତି ସମ୍ପର୍କିତ ସମସ୍ୟାର ସମାଧାନ ବାହାରିବ।

ମକର: ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ପ୍ରସନ୍ନ ରହିବେ। ଜୀବନସାଥୀଙ୍କୁ ଦାମିକା ଉପହାର ଦେବେ। ପାରିବାରିକ ଜୀବନ ସୁଖକର ହେବ।

କୁମ୍ଭ: ଅଫିସରେ କର୍ତ୍ତୃପକ୍ଷଙ୍କ କଡ଼ା ଭାଷା ଶୁଣିପାରନ୍ତି। ପ୍ରିୟଜନଙ୍କ ସହ ସମୟ କାଟିବା ପାଇଁ ଯୋଜନା କରିବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମୀନ: ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଛାତ୍ରଙ୍କ କ୍ୟାରିୟର ପାଇଁ ଦିନଟି ନୂଆ ପରିବର୍ତ୍ତନ ଆଣିବ।

ସମ୍ବନ୍ଧିତ ଖବର