ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ ଅବିଳମ୍ବେ ପୂରା ହେବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଘରକୁ ବନ୍ଧୁ ଆସିବେ। ଜମି କିଣିବା ଯୋଗ ରହିଛି। ‌

ବୃଷ: ଅର୍ଥ ଦିଆନିଆ ସାବଧାନତାର ସହ କରନ୍ତୁ। ଆପଣଙ୍କ କାମର ନୂଆ ଯୋଜନା ଆକର୍ଷକ ହେବ। ଚାକିରିଆମାନଙ୍କର ଆୟରେ ବୃଦ୍ଧି ହେବ। ପରିବାରରେ ସୌହାର୍ଦ୍ଦ ବଜାୟ ରହିବ। ‌

ମିଥୁନ: କୌଣସି କଥା ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହେବ। ନିଜ ସମସ୍ୟାର ସମାଧାନ ଲାଗି ଜୀବନସାଥୀର ସାହାଯ୍ୟ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ।

କର୍କଟ: ଆପଣଙ୍କର କଳାତ୍ମକ ଓ ରଚାନାତ୍ମକ କାର୍ଯ୍ୟକୁ ଯଥେଷ୍ଟ ପ୍ରଶଂସା ମିଳିବ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ସିଂହ: ଦିନରେ ବହୁତ ସକ୍ରିୟ ରହିବେ। ଲୋକମାନଙ୍କ ସହିତ ମିଳାମିଶା ବଢ଼ିବ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ସାନ ଭଉଣୀର ଲେଖାପଢ଼ାରେ ସାହାଯ୍ୟ କରିପାରନ୍ତି।

କନ୍ୟା: ଆର୍ଥିକ ଚିନ୍ତା ଦୂର ହେବ। ପରିବାର ଲୋକ ଆପଣଙ୍କ ଖୁସିରେ ସାଥୀ ହେବେ। ଅଫିସରେ କାମ ସଂପୂର୍ଣ୍ଣ କରିବାରେ ବାଧା ଉପୁଜିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।

ତୁଳା: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନୂଆ କାମ ଉପରେ ବିଚାର କରିବା ଲାଗି ଦିନଟି ଭଲ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ।

ବିଛା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ଛାତ୍ରଙ୍କୁ ନୂଆ ପ୍ରକଳ୍ପ ଉପରେ କାମ କରିବାର ମଉକା ମଳିବ।

ଧନୁ: ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି କାମର ଯୋଜନା କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ମହତ୍ତ୍ବପୂର୍ଣ୍ଣ କାମ କରିବା ଲାଗି ଶାରୀରିକ ଓ ମାନସିକ ରୂପେ ପ୍ରସ୍ତୁତ ହୁଅନ୍ତୁ। ଧନଲାଭର ଯୋଗ ରହିଛି। ପାରିବାରିକ ଜୀବନ ସୁଖକର ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କୁମ୍ଭ: ବଡ଼ ଭାଇଭଉଣୀଙ୍କର ପୂରା ସହଯୋଗ ପାଇବେ। ଆର୍ଥିକ ଚିନ୍ତା ଦୂର ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ମୀନ: ଦିନଟି ବ୍ୟସ୍ତତାରେ କଟିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ବଚସା ହୋଇପାରେ। ବିରୋଧୀ ନିଶାଣ କରିବେ। ବେପାରରେ ଲାଭ ପାଇବେ। ପ୍ରେମ ସଂପର୍କ ନିବିଡ଼ ହେବ।

ସମ୍ବନ୍ଧିତ ଖବର