ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଆମଦାନିର ନୂଆ ଉତ୍ସ ପାଇବେ। ଟେଣ୍ଟ ହାଉସ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ସୁଖକର ହେବ।

ବୃଷ: ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ। କୌଣସି ବଡ଼ କଂପାନି ସହ ଚୁକ୍ତି ପକ୍କା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ମିଥୁନ: ମନ ଧର୍ମ କାର୍ଯ୍ୟରେ ଲାଗି ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ।

କର୍କଟ: ଚିଡ଼ିଚିଡ଼ା ସ୍ବଭାବ ଦୂର କରିବାକୁ ଚେଷ୍ଟା କରନ୍ତୁ। ବିବାହିତଙ୍କୁ ପରିବାର ସମ୍ବନ୍ଧରେ ଭାବିବାକୁ ପଡ଼ିବ। ପଇସା ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ।

ସିଂହ: ନୂଆ କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଧାର ଦେଇଥିବା ପଇସା ପାଇବେ। ବନ୍ଧୁ ବ୍ୟବସାୟରେ ଭାଗୀଦାରି ପାଇଁ ହାତ ବଢ଼ାଇବେ।

କନ୍ୟା: ଜୀବନସାଥୀଠୁଁ ଖୁସି ଖବର ଶୁଣିବେ। କାରବାରରେ ଥିବା ସମସ୍ୟା ବାପାଙ୍କ ମାଧ୍ୟମରେ ଦୂର ହେବ। ଜମିରେ ନିବେଶ ଲାଗି ଦିନଟି ଭଲ।

ତୁଳା: ଚାକିରି ବୃତ୍ତିରେ ମନ ଲାଗିବ। ବିରୋଧୀ ପକ୍ଷ ଭ୍ରମିତ କରିବାକୁ ଚେଷ୍ଟା କରିବେ। ପ୍ରେମୀଯୁଗଳ ସାଥୀଙ୍କ ଭାବନାକୁ ବୁଝିବେ।

ବିଛା: ନବବିବାହିତ ସାଥୀଙ୍କୁ କୌଣସି ଉପହାର ଦେବେ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା କରିନେବେ। ଭଲ କଂପାନିରେ ଚାକିରି ମିଳିପାରେ।

ଧନୁ: ପୁରୁଣା କାମରେ ଆପଣଙ୍କର ଧ୍ୟାନ ଲାଗିବ। ମହିଳାମାନେ ଘର ପାଇଁ ଜିନିଷ କିଣିବେ। ମାଆ ମନ ପସନ୍ଦର ଖାଦ୍ୟ ତିଆରି କରିବେ।

ମକର: ବାପା ମାଆଙ୍କ ପରାମର୍ଶ ଆପଣଙ୍କୁ ସଫଳତା ଦେବ। ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ବଢ଼ିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ।

କୁମ୍ଭ: କାରବାରରେ ଏକ ଲୟ ତିଆରି କରି କାମ କରନ୍ତୁ। ବନ୍ଧୁ ସହ ଲାଗି ରହିଥିବା ମନାନ୍ତର ଦୂର ହେବ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।

ମୀନ: ପ୍ରସାଧନ ବ୍ୟବସାୟୀଙ୍କୁ ଲାଭ ମିଳିବ। ଘରକୁ କୌଣସି ବନ୍ଧୁର ଆଗମନ ହେବ। ଛାତ୍ର ନିଜ କ୍ୟାରିୟରରେ ସଫଳତାର ନିକଟତର ହୋଇପାରିବେ।

ସମ୍ବନ୍ଧିତ ଖବର