publive-image

Advertisment

ମେଷ: ସକାରାତ୍ମକ ଭାବନା ନେଇ ଆଗକୁ ବଢ଼ିବେ। ଦୋକାନୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଆପଣଙ୍କ ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ।

publive-image

ବୃଷ: ବିବାଦଠୁଁ ଦୂରରେ ରୁହନ୍ତୁ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ।

publive-imageମିଥୁନ: କାରବାର ସମ୍ବନ୍ଧରେ କୌଣସି ଜରୁରୀ କାମ ପୂରା ହୋଇଯିବ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ପାରିବାରିକ ଜୀବନ ସୁଖକର ହେବ।

publive-imageକର୍କଟ: ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ଭଲ ହେବ। ପାରିବାରିକ ପ୍ରସଙ୍ଗରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଠିକ୍ ଦିଗରେ ଅଗ୍ରସର ହେଲେ ଆର୍ଥିକ ସ୍ଥିତି ବଦଳିବ।

publive-imageସିଂହ: ବାପାଙ୍କ କହିବା ମାର୍ଗରେ ଚାଲନ୍ତୁ, ସଫଳତା ନିଶ୍ଚୟ ପାଇବେ। ବ୍ୟବସାୟରେ ନୂଆ ଚୁକ୍ତି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-imageକନ୍ୟା: କାମ ପାଇଁ ଅଧିକ ଯାତାୟାତ କରିବେ। ଦୀର୍ଘ ଦିନରୁ ସ୍ଥଗିତ ଥିବା ସରକାରୀ କାମ ପୂରା ହୋଇଯିବ। ସମାଜ କଲ୍ୟାଣ କାର୍ଯ୍ୟରେ ସାହାଯ୍ୟ କରନ୍ତୁ ନାମ ଉଚ୍ଚା ହେବ।

publive-imageତୁଳା: ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ହେବ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା କରିବେ।

publive-imageବିଛା: ଆପଣଙ୍କର ଉଦାର ସ୍ବଭାବ ଖୁସିର ମୁହୂର୍ତ୍ତ ନେଇ ଆସିବ। ଜରୁରୀ କାମରେ ଭଉଣୀ ଆପଣଙ୍କୁ ସାହାଯ୍ୟ କରିବେ। ପଡ଼ୋଶୀଙ୍କର ସକାରାତ୍ମକ ବ୍ୟବହାର ପାଇବେ।

publive-imageଧନୁ: ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। ସନ୍ତାନର ସଫଳତା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ବନ୍ଧୁ ବଧେଇ ଦେବା ପାଇଁ ଘରକୁ ଆସିବେ।

publive-imageମକର: ଅଫିସରେ କାମର ବୋଝ ଅଧିକ ରହିବ। ଧୀଶକ୍ତି ବଳରେ ସବୁ ପ୍ରକାର ସ୍ଥିତିକୁ ସମ୍ଭାଳି ନେବେ। ବ୍ୟବସାୟରେ ଉନ୍ନତି ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

publive-image

କୁମ୍ଭ: ଘରେ ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଅଫିସ ପହଞ୍ଚିବାରେ ବିଳମ୍ବ ହୋଇପାରେ। ଡାକ୍ତରୀ ଛାତ୍ରଙ୍କୁ ବଡ଼ ଡାକ୍ତରଙ୍କ ସହ କାମ କରିବାର ଅବସର ମିଳିବ।

publive-imageମୀନ: ନିଜର ସବୁ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସିମେଣ୍ଟ ବେପାରୀଙ୍କ ଲାଗି ଦିନଟି ଭଲ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ।