ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ମାଧୢମରେ ଲାଭ ମିଳିପାରେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।

 

ବୃଷ: ଆପଣଙ୍କ ମାନସିକ ଅବସ୍ଥା ଭଲ ରହିବ। ଜରୁରୀ କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ବାହାନ କିଣିବାର ଆବଶ୍ୟକତା ଅନୁଭବ କରିବେ।

 

ମିଥୁନ: ନିଜର କ୍ୟାରିୟରକୁ ନେଇ ମାନସ ମନ୍ଥନ କରିବେ। ଜରୁରୀ କାମରେ ପରିଜନଙ୍କ ସାହାଯ୍ୟ ପାଇବେ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ।

 

କର୍କଟ: ଆପଣଙ୍କର କୌଣସି ଜରୁରୀ କାମ ସ˚ପୂର୍ଣ୍ଣ ହୋଇଯିବ। ଘରକୁ ବନ୍ଧୁ ଆସିବେ। ଅଚାନକ ଧନପ୍ରାପ୍ତି ହେବ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

 

ସି˚ହ: ଆପଣଙ୍କ ଭଲ ବ୍ୟବହାର ଲାଗି ସମସ୍ତଙ୍କର ପ୍ରିୟ ହୋଇ ପାରିବେ। କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

 

କନ୍ୟା: ଆପଣଙ୍କ ମନ ସକାରାତ୍ମକ କାମରେ ଲଗାନ୍ତୁ। ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ଅଧୢାପକ ବର୍ଗଙ୍କୁ ଭଲ ସୁଯୋଗ ମିଳିବ। ପରିବାର ପାଇଁ ସମୟ ବାହାର କରିବେ।

 

ତୁଳା: କାମକୁ ଶୀଘ୍ର ସମାପ୍ତ କରିବା ଲାଗି ନୂଆ ଉପାୟ ପାଇବେ। ବେପାରରେ ଲାଭ ହେବ। ଭଲ ଖବର ପାଇବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।

 

ବିଛା: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣଙ୍କ କାମ ସ˚ପୂର୍ଣ୍ଣ କରିବାରେ କେହି ବାଧା ଦେବେ ନାହିଁ। ଉନ୍ନତିର ନୂଆ ଦ୍ବାର ଖୋଲିବ। ଛାତ୍ରଙ୍କ ଲାଗି ଦିନଟି ସାମାନ୍ୟ ରହିବ।

 

ଧନୁ: ପୂଜାପାଠରେ ସମୟ ବିତିବ। ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଲାଭପ୍ରଦ ହେବ। ଜରୁରୀ କାମ ସମାପ୍ତ କରିବାରେ ସଫଳ ରହିବେ। ସମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।

 

ମକର: ଆତ୍ମସମୀକ୍ଷାରେ ସମୟ ବିତିବ। କୌଣସି ଭଲ ଖବର ମିଳିପାରେ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଘର ଲୋକଙ୍କ ସହ ପରାମର୍ଶ କରନ୍ତୁ।

 

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ଯୋଗାଯୋଗରୁ ଲାଭ ମିଳିବ। ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କୁ ଉଚ୍ଚ ପଦବୀ ମିଳିପାରେ। ଘରେ ସୁଖ ଶାନ୍ତି ବଜାୟ ରହିବ।

 

 

ମୀନ: ଆପଣଙ୍କ ମନ ଉତ୍ସାହିତ ରହିବ। ସମ୍ଭବ ହେଲେ ନୂଆ କାମ କରିବାକୁ ଆଗେଇ ଆସନ୍ତୁ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

ସମ୍ବନ୍ଧିତ ଖବର