ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାର ବୃଦ୍ଧି ହେବାର ସମ୍ଭାବନା ଅଛି। କଣ୍ଠଶିଳ୍ପୀଙ୍କୁ ବଡ଼ ମଞ୍ଚରେ ସୁଯୋଗ ମିଳିବ। ବନ୍ଧୁ ଆପଣଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେବେ।

ବୃଷ: ଅଫିସରେ ଆଖପାଖର ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମିଷ୍ଟତା ବୃଦ୍ଧି ହେବ। କାମରେ ବଡ଼ଙ୍କ ଠାରୁ ପରାମର୍ଶ ନିଅନ୍ତୁ ଭଲ ହେବ।

ମିଥୁନ: ନୂଆ କାମ କରିବାକୁ ଭାବିବେ। ଘର ଲୋକଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିବେ। ବ୍ୟବସାୟରେ ନୂଆ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ।

କର୍କଟ: ଏଭଳି ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ ଯିଏ ଆପଣଙ୍କୁ ବ୍ୟବସାୟରେ ସାହାଯ୍ୟ କରିବେ। ଲୋକେ ଆପଣଙ୍କ କଥାରେ ସହମତ ହେବେ। ପାରିବାରିକ ଜୀବନ ସୁଖଦ ରହିବ।

ସିଂହ: ଆୟର ନୂଆ ଉତ୍ସ ପାଇବେ। ସହକର୍ମୀଙ୍କର ସହଯୋଗ କମ୍ ପାଇବେ। ଜୀବନକୁ ଆହୁରି ଭଲ କରିବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

କନ୍ୟା: ପରିବାର ଗହଣରେ ହସଖୁସିରେ ସନ୍ଧ୍ୟା ବିତିବ। କର୍ମଜୀବୀ ମହିଳା କର୍ତ୍ତୃପକ୍ଷଙ୍କ ଠାରୁ ପ୍ରୋତ୍ସାହନ ପାଇବେ। ସାରାଦିନ ମନରେ ଗମ୍ଭୀର ବିଚାର ଘୂରି ବୁଲିବ।

ତୁଳା: ଆପଣଙ୍କ ଲକ୍ଷ୍ୟ ସମ୍ବନ୍ଧରେ ବିଚାର କରିବେ। କାମ ପାଇଁ ଯାତ୍ରା ଲାଭଦାୟକ ହେବ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ।

ବିଛା: କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କ ପସନ୍ଦର ଅଳଙ୍କାର କିଣିବେ।

ଧନୁ: ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବେ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଜିନିଷ ଅଚାନକ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଲୋକଙ୍କର ସହଯୋଗ ପାଇବେ।

ମକର: ଜରୁରୀ କାମ‌ରେ ଭାଇ ଭଉଣୀଙ୍କ ସହଯୋଗ ପାଇବେ। ବ୍ୟବସାୟ କାମରେ ଯାତ୍ରା ଲାଭଦାୟକ ହେବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କୁମ୍ଭ: ଆପଣଙ୍କର ବାକିଥିବା କାମ ପୂରା ହେବ। ବିଜ୍ଞାନ ଛାତ୍ରଙ୍କୁ ସଫଳତା ମିଳିବ। ବାପା ମାଆଙ୍କ ସହ ସମ୍ବନ୍ଧ ବଢ଼ିଆ ହେବ। ବେକାରଙ୍କୁ ରୋଜଗାର ମିଳିବ।

ମୀନ: ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ନୂଆ ଲୋକଙ୍କ ସହ ଯୋଗାଯୋଗ‌ରୁ ଲାଭ ହେବ।

ସମ୍ବନ୍ଧିତ ଖବର