ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ସାମାଜିକ ସମାରୋହକୁ ଯିବାର ଅବସର ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ।

ବୃଷ: ଶିକ୍ଷାକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ। ଆଇନ ଛାତ୍ର କୌଣସି ବଡ଼ ଓକିକଙ୍କ ସହ କାମ କରିବେ।

ମିଥୁନ: ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମରେ ସଫଳ ହେବେ। ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଧୈର୍ଯ୍ୟପୂର୍ବକ କଥାବାର୍ତ୍ତା ଆପଣଙ୍କ ଲାଗି ଅନୁକୂଳ ହେବ।

କର୍କଟ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ପରିବାର ସହ ସହରକୁ ଜିନିଷ କିଣିବା ଲାଗି ଯିବେ। ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ।

ସିଂହ: କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଅଚାନକ ଧନଲାଭ ହେବ। ରାଜନୀତିରେ ସଫଳତା ମିଳିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଉପହାର ପାଇବେ।

କନ୍ୟା‌: ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଜମିର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ଧାର୍ମିକ ଆସ୍ଥା ବଢ଼ିବ।

ତୁଳା: ମଧୁର ବ୍ୟବହାର ବଳରେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବେ। ଆର୍ଥିକ ପକ୍ଷ ଆହୁରି ସୁଦୃଢ଼ ହେବ। ସଫ୍‌ଟୱେର୍ ଇଂଜିନିୟରଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ।

ବିଛା: ଜରୁରୀ କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ। ସୁସମ୍ବାଦ ପାଇବେ। ଆର୍ଥିକ ଦୃଷ୍ଟିରୁ ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ।

ଧନୁ: ପରିବାର ସହ କୌଣସି କାମରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ଖୁସିରେ ପୂର୍ଣ୍ଣ ରହିବ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନା ପଢ଼ିବାକୁ ଚେଷ୍ଟା କରିବେ।

ମକର: କାମ ଧନ୍ଦା ସମାପ୍ତ କରିବାର ନୂଆ ଉପାୟ ପାଇବେ। ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ। ଛାତ୍ର ପ୍ରତିଯୋଗୀ ପରୀକ୍ଷାରେ ଭଲ ଫଳ ପାଇବେ।

କୁମ୍ଭ: ନିଜ ଆଖପାଖର ଲୋକଙ୍କ ପ୍ରତି ଉଦାର ରହିବେ। ପରିଶ୍ରମ ବଳରେ ଆପଣଙ୍କୁ ସଫଳତା ମିଳିବ। ବଜାର‌ରେ କୌଣସି ବନ୍ଧୁ ସହ ସାକ୍ଷାତ ହେବ।

ମୀନ: କଳା କ୍ଷେତ୍ରରେ ଆପଣଙ୍କ ରୁଚି ବଢ଼ିବ। ପରିବାରରେ ଖୁସିର ପରିବେଶ ରହିବ। ଅଚାନକ ଧନଲାଭ ଯୋଗ ରହିଛି। ମହିଳାମାନଙ୍କୁ ଜିନିଷ କିଣାକିଣିରୁ ଲାଭ ହେବ।

ସମ୍ବନ୍ଧିତ ଖବର