publive-image

Advertisment

ମେଷ: ଆପଣ ଭାବିଥିବା କାମ ପୂରା ହେବ। କୌଣସି ବନ୍ଧୁ ସହିତ ମତାନ୍ତର ହୋଇପାରେ। ଚାକିରିଜୀବୀଙ୍କର ଆୟରେ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖକର ହେବ।

publive-image

ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିପାରନ୍ତି। ପ୍ରେମିକା ସହିତ ବସି ମନର କଥା କହିବେ।

publive-imageମିଥୁନ: ଦୈନିକ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ପାଇବେ। ଅଚାନକ ଧନଲାଭ ହେବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ପିତା ମାତାଙ୍କର ସ୍ନେହ ପାଇବେ।

publive-imageକର୍କଟ: ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ଘରେ ମନ ପସନ୍ଦର ଖାଦ୍ୟ ଭୋଜନ କରିବେ। ବନ୍ଧୁ ସହିତ ବସି ପୂର୍ବ କଥାକୁ କହିବେ। ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।

publive-imageସିଂହ: ଦିନଟି ଲାଭପ୍ରଦ ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ। ଓକିଲଙ୍କ ଲାଗି ଦିନଟି ଆରାମଦାୟକ ରହିବ।

publive-imageକନ୍ୟା: ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରର ସବୁ ଲୋକ ଏକତ୍ର ବସି ପୂର୍ବ ସ୍ମୃତି ମନେ ପକାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageତୁଳା: ଦିନଟି ଲାଭଦାୟକ ରହିବ। ସନ୍ଧ୍ୟାରେ ବନ୍ଧୁ ସହିତ କଥା ହୋଇ ଭଲ ଲାଗିବ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ବକେୟା ଅର୍ଥ ମିଳିପାରେ।

publive-imageବିଛା: ଆପଣଙ୍କ ସଂପର୍କରେ ଆସୁଥିବା ସବୁ ବ୍ୟକ୍ତିଙ୍କ ସହିତ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଆପଣ ଅନ୍ୟମାନଙ୍କୁ ବିଶ୍ବାସ କରନ୍ତୁ ନାହିଁ।

publive-imageଧନୁ: ଆପଣ ଏହି ଜିନିଷ ଉପରେ ଗୁରୁତ୍ବ ଦିଅନ୍ତୁ ଯାହା ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

publive-imageମକର: ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ବ୍ୟବସାୟୀ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତନ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

publive-image

କୁମ୍ଭ: ଭାଇ ଭଉଣୀଙ୍କର ପୂରା ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଅଚାନକ ଧନଲାଭ ହେବ। ବନ୍ଧୁ ଠାରୁ ଭଲ ଖବର ପାଇବେ। ଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

publive-imageମୀନ: ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଜୀବନସାଥୀଙ୍କ ମତ ବ୍ୟବସାୟରେ ଲାଭ ଆଣିବ। ଜମିକ୍ରୟ ଯୋଗ ରହିଛି। ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟରେ ଧ୍ୟାନ ରଖିବେ।