ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆତ୍ମବିଶ୍ବାସ ଓ ଆଶା ନେଇ ଆଗକୁ ବଢ଼ିବାର ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତ ହେବ। କାର୍ଯ୍ୟରେ ନୂଆ ଉପାୟ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ।

ବୃଷ: ପୂର୍ବ ସମସ୍ୟା ଆପଣଙ୍କ ଆଗରେ ଉଭା ହେବ। ଏହାର ସମାଧାନ ପାଇଁ ଘରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ, ଫଳପ୍ରଦ ସାବ୍ୟସ୍ତ ହେବ।

ମିଥୁନ: ସମସ୍ତଙ୍କ ଆଶୀର୍ବାଦ ସୁଖଦ ପରିଣାମ ନେଇ ଆସିବ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ଆପଣଙ୍କ ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଉନ୍ନତି ପାଇଁ ନୂଆ ପଥ ଖୋଲିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ସିଂହ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଭାବିବେ। ଆର୍ଥିକ ମାମଲାରେ ଜୀବନସାଥୀଙ୍କ ସାହାଯ୍ୟ ଦରକାର ପଡ଼ିପାରେ। ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ।

କନ୍ୟା: ନକାରାତ୍ମକ ଚିନ୍ତା ଆପଣଙ୍କ ମସ୍ତିଷ୍କରେ ଆସିବାକୁ ଦିଅନ୍ତୁ ନାହିଁ। ଚାକିରିଆଙ୍କ ପଦୋନ୍ନତି ହୋଇପାରେ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପଢ଼ନ୍ତୁ।

ତୁଳା: ଆପଣ ନିଜ ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଶତ୍ରୁଙ୍କୁ ପରାସ୍ତ କରିବେ।

ବିଛା: ମହତ୍ତ୍ବପୂର୍ଣ୍ଣ କାମ ପୂରା ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈଜ୍ଞାନିକଙ୍କୁ କୌଣସି ବଡ଼ ସଫଳତା ମିଳିବ। ବୈବାହିକ ଜୀବନ ଖୁସି ଭରା ରହିବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ବଡ଼ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଲୋକେ ଆପଣଙ୍କ ଜ୍ଞାନ ଦ୍ବାରା ପ୍ରଭାବିତ ହେବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।

ମକର: ଅଫିସରେ ଜରୁରୀ କାମ ସଂପୂର୍ଣ୍ଣ କରିବାରେ କର୍ତ୍ତୃପକ୍ଷ ସାହାଯ୍ୟ କରିବେ। ପରିବାରରେ ନୂଆ ଦାୟିତ୍ବ ମିଳିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

କୁମ୍ଭ: କାରବାରରେ ଉତ୍‌ଥାନ ପତନ ଲାଗି ରହିବ। ଜୀବନସାଥୀଙ୍କର ସହଯୋଗ ଆପଣଙ୍କ ଅଶାନ୍ତିକୁ କମ୍ କରିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

ମୀନ: ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ମହିଳାମାନଙ୍କୁ କାମରେ ଟିକେ ଆରାମ ମିଳିବ। କାରବାରରେ ବକେୟା ଅର୍ଥ ପାଇବେ।

ସମ୍ବନ୍ଧିତ ଖବର