ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଧୁରା ଥିବା କାମ ସ˚ପୂର୍ଣ୍ଣ ହେବ। କଳାତ୍ମକ କାର୍ଯ୍ୟରେ ମନ ଲାଗିପାରେ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

ବୃଷ: ସ୍ଥଗିତ ଥିବା କାମରେ ସଫଳତା ମିଳିପାରେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଛାତ୍ରୀମାନେ ଲେଖାପଢ଼ା ନେଇ ଯୋଜନା କରିବେ।

ମିଥୁନ: ଆପଣଙ୍କ ଜୀବନ ମହତ୍ତ୍ବପୂର୍ଣ୍ଣ ମୋଡ଼ ନେବ। କୌଣସି ନୂଆ କାମ କରିବା ପାଇଁ ଭାବିବେ। ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ବିନମ୍ର ରହିବେ।

କର୍କଟ: ମାନସିକ ସ୍ତରରେ ଅଶାନ୍ତି-ମୁକ୍ତ ରହିବେ। ଜୀବନସାଥୀଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ବ୍ୟବସାୟରେ ଭଲ ଲାଭ ହେବ।

ସି˚ହ: ପରିବାରରେ ଘନିଷ୍ଠତା ସହିତ ବିଶ୍ବାସ ବି ବଢ଼ିବ। ଭାବିଥିବା ସବୁ କାମ ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟ ସାଥୀଙ୍କ ସହିତ ରାତ୍ରିଭୋଜନ କରିବେ।

କନ୍ୟା: ନୂଆ ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ରାଜନୈତିକ ସ˚ପର୍କରୁ ଲାଭ ହେବ। ବ୍ୟବସାୟରେ ନୂଆ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ଉପହାର ମିଳିପାରେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ବିଛା: କିଛି କାମ ନିର୍ଦ୍ଧାରିତ ସମୟରେ ସ˚ପୂର୍ଣ୍ଣ ହୋଇଯିବ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ଭଲ ଖବର ମିଳିବ।

ଧନୁ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ମକର: ଜରୁରୀ କାମରେ ବାପାଙ୍କ ସହଯୋଗ ପାଇବେ। ବ୍ୟବସାୟରେ ତ୍ବରିତ ନିଷ୍ପତ୍ତି ଲାଭପ୍ରଦ ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।

କୁମ୍ଭ: କୌଣସି କାମରେ ଅଧିକ ପରିଶ୍ରମ କରିବେ। ଘରୋଇ ପ୍ରସଙ୍ଗରେ ପରିବାର ଲୋକଙ୍କ ସହଯୋଗ ପାଇବେ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ।

ମୀନ: ଅଚାନକ ଆୟ ବୃଦ୍ଧି ପାଇବ। ଚାକିରିଜୀବୀଙ୍କୁ ନୂଆ ଦାୟିତ୍ବ ମିଳିପାରେ। ସପରିବାର ବାହାରକୁ ଭ୍ରମଣରେ ଯିବା ପାଇଁ ଭାବିବେ।

ସମ୍ବନ୍ଧିତ ଖବର