publive-image

Advertisment

ମେଷ: କାର୍ଯ୍ୟକ୍ଷେତ୍ରରେ ଧନଲାଭର ନୂଆ ଉତ୍ସ ଖୋଜିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ।

publive-image

ବୃଷ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ। ଶୀଘ୍ର ଅଫିସ କାମ ସାରିବାର ଯୋଜନା କରିବେ।

publive-imageମିଥୁନ: ପୁରୁଣା ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଲାଭ ହେବ। ସାମାଜିକ କାମରେ ସହଯୋଗ କରିବେ। କୌଣସି ଶୁଭ କାର୍ଯ୍ୟ ପାଇଁ ପରିବାର ଲୋକଙ୍କ ସହ କଥା ହେବେ।

publive-imageକର୍କଟ: ବ୍ୟବସାୟ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ। ସରକାରୀ କାମ ପୂରା କରିବାକୁ ଅଧିକ ସମୟ ଲାଗିପାରେ।

publive-imageସିଂହ: ଯାହା ବି କାମ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageକନ୍ୟା: ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଫଳତା ଓ ମାନ ସମ୍ମାନ ପାଇବେ। ନୂଆ ଲୋକ ବନ୍ଧୁତାର ହାତ ବଢ଼ାଇବେ।

publive-imageତୁଳା: ଆପଣଙ୍କ ବ୍ୟବହାରରେ ଲୋକମାନେ ପ୍ରଭାବିତ ହେବେ। ଚାକିରି ଖୋଜୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ସନ୍ତାନଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିବ।

publive-imageବିଛା: ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘସ୍ଥାୟୀ ହେବ। ସରକାରୀ ଚାକିରିଆଙ୍କୁ କୌଣସି କାମ ପାଇଁ ପ୍ରୋତ୍ସାହନ ମିଳିବ।

publive-imageଧନୁ: ବନ୍ଧୁଙ୍କ ଠାରୁ ଭଲ ପରାମର୍ଶ ପାଇବେ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ଭଲ କରିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ।

publive-imageମକର: ନିର୍ଦ୍ଧାରିତ ସମୟରେ କାମ ସଂପୂର୍ଣ୍ଣ କଲେ ଆପଣଙ୍କୁ ଲାଭ ମିଳିବ। ନୂଆ କାମ କରିବା ପୂର୍ବରୁ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ। ଚାକିରିଆ ନିଜର ଭାଷା ଉପରେ ଧ୍ୟାନ ଦିଅନ୍ତୁ।

publive-image

କୁମ୍ଭ: ପ୍ରତିଟି କାମ ମନୋଯୋଗରେ କଲେ ସଫଳତା ପାଇବେ। ଜୀବନସାଥୀଙ୍କ ବିଚାରକୁ ବୁଝିବାକୁ ଚେଷ୍ଟା କରିବେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷା ପାଇଁ ଫର୍ମ ଭରିବେ।

publive-imageମୀନ: ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ସବୁ କାମ ସହଜରେ ପୂରା ହୋଇଯିବ। ଏମିତି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ।