ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରିଆଙ୍କୁ ନୂଆ ପ୍ରକଳ୍ପର ଦାୟିତ୍ବ ମିଳିପାରେ। କୌଣସି କାମରେ ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

ବୃଷ: ଉନ୍ନତି ପାଇଁ ଆପଣଙ୍କୁ ନୂଆ ସାଧନ ମିଳିବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ମିଥୁନ: ଆପଣଙ୍କ ସ୍କୁଲ ଜୀବନର ସାଙ୍ଗ ଫୋନ କରିବେ। ସଂପତ୍ତି ବୃଦ୍ଧିର ଯୋଜନା ସଫଳ ହେବ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ବ୍ୟବସାୟରେ ବକେୟା ପଇସା ମିଳିପାରେ। ବିଶେଷ କାମରେ ଅନ୍ୟମାନଙ୍କ ସହଯୋଗ ପାଇବେ। ପରିବାର ଲୋକ ଆପଣଙ୍କର ପ୍ରତିଟି ନିଷ୍ପତ୍ତିକୁ ସମର୍ଥନ କରିବେ।

ସିଂହ: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋେକ ଖୁସି ରହିବେ। ନିଜସ୍ବ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ।

କନ୍ୟା: ସାହାଯ୍ୟକାରୀ ବ୍ୟକ୍ତି ଆପଣଙ୍କର ଭଲ ବନ୍ଧୁ ହୋଇପାରନ୍ତି। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ।

ତୁଳା: ଆପଣଙ୍କର ସବୁ ସମସ୍ୟା ଦୂର ହେବ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

ବିଛା: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ରହିଛି। ଆଇନ ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।

ଧନୁ: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ଘରୋଇ କାମ ପାଇଁ ଆପଣଙ୍କୁ ଅଧିକ ଯାଆସ କରିବାକୁ ପଡ଼ିପାରେ।

ମକର: କିଛି ଭଲ ଲୋକଙ୍କ ସହ ସାକ୍ଷାତ ହେବ। ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ଜୀବନସାଥୀଙ୍କ ସହିତ ଭଲ ସମୟ କାଟିବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ନୂଆ କାମ ଆରମ୍ଭ ଲାଗି ମାନସିକ ପ୍ରସ୍ତୁତି କରିବେ।

ମୀନ: କିଛି କାମରେ ଅଧିକ ସମୟ ଲାଗିପାରେ। ପରିଶ୍ରମର ଫଳ ସନ୍ତୋଷଜନକ ହେବ। ଅନ୍ୟମାନଙ୍କ ସମ୍ମୁଖରେ ଆପଣଙ୍କ କଥା ରଖିବାକୁ ଚେଷ୍ଟା କରିବେ।

ସମ୍ବନ୍ଧିତ ଖବର