/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଆପଣଙ୍କ ମନର ଇଚ୍ଛା ପୂରା ହେବ। ଆର୍ଥିକ ଲାଭ ପାଇବେ। ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ନୂଆ କାହାଣୀ ଲେଖିବା ଲାଗି ମନରେ ନୂଆ ବିଷୟ ଆସିବ। ଚାକିରିଆ ଭଲ ଖବର ପାଇପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନାର କରିବେ। ବ୍ୟବସାୟରେ ଲାଭ ପାଇବେ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଯେଉଁ କାମ ସଂପୂର୍ଣ୍ଣ କରିବାକୁ ଭାବିବେ ତାହା ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଭଲ ଦିନଟିଏ। ଘରୋଇ ଜିନିଷ କିଣିବା ଲାଗି ସହରକୁ ଯିବେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ ମାଗିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ନିକଟ ସଂପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ଲୋକେ ଆପଣଙ୍କ କଥା ଶୁଣିବା ଲାଗି ଉତ୍ସୁକ ରହିବେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆପଣଙ୍କ ଚେଷ୍ଟା ସଂପୂର୍ଣ୍ଣରୂପେ ସଫଳ ହେବ। ଆପଣଙ୍କ କଥା ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ହେବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ସାଥିରେ କାମ କରୁଥିବା ଲୋକଙ୍କର ପ୍ରଶଂସା କରନ୍ତୁ ଲାଭ ମିଳିବ। ମନରେ ନୂଆ ନୂଆ ବିଚାର ଆସିବ। ଧନଲାଭର ମଉକା ପାଇବେ। ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ। କୌଣସି ବ୍ୟକ୍ତିଙ୍କ ସମ୍ବନ୍ଧରେ ଭୁଲ୍ ଧାରଣା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କର ବାକିଥିବା କାମ ପୂରା ହୋଇଯିବ। ପାରିବାରିକ ଜୀବନ ସୁଖକର ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହେବ। ବନ୍ଧୁ ଠାରୁ ଭଲ ଖବର ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ ଜୀବନ ସୁଖମୟ ହେବ।
ମୀନ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ବ୍ୟବସାୟିକ ସମାରୋହରେ ସାମିଲ ହେବେ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/gata-kali-rasi-4-1.jpg)