ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସମସ୍ତଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ। ‌

ବୃଷ: ଆପଣଙ୍କର ସ୍ବଭାବ ସକାରାତ୍ମକ ରହିବ। ବଡ଼ କଂପାନି ସହିତ ବ୍ୟବସାୟ କରିବାର ସୁଯୋଗ ଆସିବ। ପିଲାଙ୍କ କ୍ୟାରିୟର ଲାଗି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

‌ମିଥୁନ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ପ୍ରିୟବନ୍ଧୁ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଘରେ ଖୁସିର ଆଗମନ ହେବ।‌

କର୍କଟ: ସନ୍ତାନଙ୍କ କ୍ୟାରିୟରକୁ ନେଇ ମନରେ ଚିନ୍ତା ରହିବ। ଅଫିସରେ ଅଧିକ ସମୟ ପରିଶ୍ରମ କଲେ ଯାଇ ବଳକା କାମ ପୂରା ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ‌

ସିଂହ: ଆପଣଙ୍କ ପଥରେ ଆସୁଥିବା ବାଧା ଦୂର ହେବ। ସନ୍ତାନ ଆପଣଙ୍କର ବ୍ୟବସାୟରେ ପୂରା ସହଯୋଗ କରିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

‌କନ୍ୟା: ଯୋଜନା ପ୍ରସ୍ତୁତ ଓ କ୍ରିୟାନ୍ବିତ କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ଇଚ୍ଛା ହେବ। ପାରିବାରିକ ଜୀବନ ସୁଖମୟ ହେବ। ‌

ତୁଳା: ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ।

ବିଛା: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ। ପରିବାରରେ ସୁଖ ଶାନ୍ତି କାଏମ୍ ରହିବ।

ଧନୁ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ବ୍ୟବସାୟରେ ଅଚାନକ ଧନଲାଭର ସୁଯୋଗ ପାଇବେ। ସାଥୀ ସହିତ ସିନେମା ଦେଖିବାର ଯୋଜନା କରିବେ।

ମକର: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ଅଫିସରେ ପଦୋନ୍ନତିର ସୁଯୋଗ ମିଳିବ। ଘରୋଇ କାମରେ ପରିବାର ସଦସ୍ୟଙ୍କ ସାହାଯ୍ୟ ପାଇବେ। ପ୍ରେମ ସଂପର୍କ ନିବିଡ଼ ହେବ।

କୁମ୍ଭ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ପୂର୍ବ ଅଶାନ୍ତି ସମାପ୍ତ ହୋଇପାରେ। କୌଣସି ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ ହେବ। କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ।

ମୀନ: ଆପଣଙ୍କର ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ। କୌଣସି କାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ବାହନ କିଣିବା ଲାଗି ଦିନଟି ଶୁଭ।

ସମ୍ବନ୍ଧିତ ଖବର