publive-image

Advertisment

ମେଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜମିରେ ନିବେଶ କରନ୍ତୁ ଯଥେଷ୍ଟ ଲାଭ ପାଇବେ। ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଖର୍ଚ୍ଚ କରିବେ।

publive-image

ବୃଷ: ଦୈନିକ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ଆପଣଙ୍କ ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି।

publive-imageମିଥୁନ: କାମରେ ଅଧିକ ସକ୍ରିୟ ରହିବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ।

publive-imageକର୍କଟ: ପୁରୁଣା ବିବାଦର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।

publive-imageସିଂହ: ଉପାର୍ଜନ ଲାଗି ନୂଆ ଜ୍ଞାନ ପାଇବେ। ଚାକିରିରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସୁଫଳ ମିଳିବ।

publive-imageକନ୍ୟା: ଆପଣଙ୍କ ଚପଳ ବ୍ୟବହାରରେ ଲୋକମାନେ ପ୍ରଭାବିତ ହେବେ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ କାମ ପୂରା ହେବ। ଆର୍ଥିକ ଚିନ୍ତା ଦୂର ହେବ।

publive-imageତୁଳା: କାମ ନେଇ ଖୁବ୍ ସକ୍ରିୟ ରହିବେ। ବନ୍ଧୁମାନଙ୍କର ସହଯୋଗ ମିଳିବ। ଧନଲାଭର ନୂଆ ମାର୍ଗ ଖୋଲିବ। ବିବାହିତାଙ୍କୁ ପାରିବାରିକ ସୁଖ ମିଳିବ।

publive-imageବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ପୂର୍ବରୁ କରିଆସୁଥିବା କାମରେ ଲାଭ ମିଳିପାରେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

publive-imageଧନୁ: ଆପଣଙ୍କ ପାଇଁ ଉନ୍ନତି ଓ ଲାଭର ଦିନଟିଏ। ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ। ଘରେ ଖୁସିର ପରିବେଶ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।

publive-imageମକର: ମନ ଆଧ୍ୟାତ୍ମିକ ଚିନ୍ତାରେ ମଗ୍ନ ରହିବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ହ୍ରାସ କରିଦେବ। ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ସୁଯୋଗ ମିଳିପାରେ।

publive-image

କୁମ୍ଭ: ଆପଣଙ୍କ ଲାଗି ଦିନଟି ଖୁସି ଭରା ରହିବ। ଆପଣଙ୍କର ଗୁରୁତ୍ବପୂର୍ଣ୍ଣ ଯୋଜନା ସଫଳ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।

publive-imageମୀନ: ଆପଣଙ୍କ ମସ୍ତିଷ୍କରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ। କାର୍ଯ୍ୟରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ଜୀବନସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ।