Sambad is now on WhatsApp
Join and get latest news updates delivered to you via WhatsApp
ମେଷ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ବେପାରରେ ଲାଭ ହେବାର ସମ୍ଭାବନା ଅଛି। କର୍ମଜୀବୀ ମହିଳାଙ୍କର ଦରମା ବଢ଼ିପାରେ।
ବୃଷ: ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ଲୋକଙ୍କୁ ସାହାଯ୍ୟ କରିବେ। ଛାତ୍ରଙ୍କର ପାଠପଢ଼ାରେ ମନ ଲାଗିବ।
ମିଥୁନ: ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା ଯୋଗ ରହିଛି। ଅଧୁରା କାମ ପୂରା ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଜୀବନସାଥୀଙ୍କୁ ମନପସନ୍ଦ ଉପହାର ଦେବେ।
କର୍କଟ: ବାପାମାଆଙ୍କ ସହ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। କୌଣସି ବଡ଼ ସୁବିଧା ମିଳିବା ଯୋଗୁଁ ଧନଲାଭ ହେବ। ଜୀବନସାଥୀଙ୍କ ସହ ସାମଞ୍ଜସ୍ୟ ବଜାୟ ରହିବ।
ସିଂହ: ଜୀବନରେ ଲାଗିରହିଥିବା ସବୁ କଷ୍ଟର ନିବାରଣ ହେବ। ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ।
କନ୍ୟା: ଆପଣ କୌଣସି ଭଲ ଖବର ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନରେ ଉତ୍ସାହ ବଢ଼ିବ। ପରିଶ୍ରମ ଅନୁସାରେ ଫଳ ପାଇବେ।
ତୁଳା: କାମରେ ଥିବା ଅବରୋଧ ଦୂର ହୋଇଯିବ। ଆର୍ଥିକ ସ୍ଥିତି ସୁଧୁରିବ। ରାଜନୀତିରେ ସଫଳତା ପାଇବେ। ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ।
ବିଛା: କୌଣସି କଥା ନେଇ ବନ୍ଧୁ ସହ ତର୍କବିତର୍କ ହୋଇପାରେ। ଜୀବନସାଥୀଙ୍କ ସହଯୋଗରେ କାମ ସଂପୂର୍ଣ୍ଣ ହୋଇଯିବ। ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ।
ଧନୁ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ରେସ୍ତୋରାଁ ମାଲିକଙ୍କର ଧନ ବୃଦ୍ଧି ହେବ। ଦୂର ସଂପର୍କୀୟଙ୍କ ଠାରୁ ଭଲ ଖବର ଶୁଣିବେ।
ମକର: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଲୋକେ ଆପଣଙ୍କ ସ୍ବଭାବରେ ପ୍ରଭାବିତ ହେବେ। ବ୍ୟବସାୟୀଙ୍କୁ ଉନ୍ନତି ପାଇଁ ଭଲ ଅବସର ମିଳିବ।
କୁମ୍ଭ: ବନ୍ଧୁଙ୍କ ଠାରୁ ଆପଣ ଆର୍ଥିକ ସାହାଯ୍ୟ ପାଇବେ। କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ଲୋକଙ୍କ ଠାରୁ କାମ ସମ୍ପର୍କିତ ପରାମର୍ଶ ନେଇ ପାରନ୍ତି।
ମୀନ: ବନ୍ଧୁଙ୍କ ପାଖରୁ ଉତ୍ତମ ପରାମର୍ଶ ମିଳିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଆପଣଙ୍କୁ ପରିଶ୍ରମର ସନ୍ତୋଷଜନକ ଫଳ ମିଳିବ।