ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: କରିଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ‌ଲୋକେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀଙ୍କ ଖୁସି ଲାଗି ଦିନଟି ନୂଆ ଅବସର ନେଇ ଆସିବ।

 

ବୃଷ: ପରିବାର ସହିତ ଧାର୍ମିକ ସ୍ଥାନକୁ ଯ‌ାଆନ୍ତୁ, ଶୁଭ ହେବ। ଅତୀତ କଥା ପାସୋରି ନୂଆ କାମର ଶୁଭାରମ୍ଭ କରନ୍ତୁ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ।

ମିଥୁନ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗକୁ ଆକର୍ଷିତ ହେବ। ଜମି ନେଇ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।

କର୍କଟ: ସାରାଦିନ କାମରେ ବ୍ୟସ୍ତ ରହିବେ। ଆପଣଙ୍କର ଉଦାର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ପରିବାରରେ ବଡ଼ଙ୍କ ସମ୍ମତି ନିଅନ୍ତୁ।

ସିଂହ: ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ। ଅଫିସରେ ସହକର୍ମୀଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ। ବିବାହିତା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ।

କନ୍ୟା: ଦିନଟି ବ୍ୟବସାୟୀଙ୍କ ଲାଗି ଲାଭଦାୟକ ରହିବ। ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁ ସହିତ ଫୋନରେ କଥା ହେବେ। କଳାକ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିପାରେ।

 

ତୁଳା: କାରବାର ଲାଗି ଦିନଟି ଭଲ। ବନ୍ଧୁ ଠାରୁ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କ ଭଲ ବ୍ୟବହାରରେ ଅଫିସର ଲୋକ ପ୍ରଭାବିତ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ବିଛା: ଅଧିକାଂଶ କାମ ସଂପୂର୍ଣ୍ଣ କରିପାରିବେ। ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ଜୀବନସାଥୀଙ୍କ ସ୍ନେହ ଓ ଆଦର ପାଇବେ।

 

ଧନୁ: ଆପଣଙ୍କ ବିଚାରକୁ ସକାରାତ୍ମକ ରଖନ୍ତୁ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।

 

ମକର: ଧୈର୍ଯ୍ୟ ଧରି କାମ କରନ୍ତୁ, ଶୀଘ୍ର ସଫଳତାର ପାହାଚ ଚଢ଼ିବେ। ନୂଆ ବାହନ କିଣିବାର ଆଶା ପୂରା ହୋଇପାରେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବେ।

 

କୁମ୍ଭ: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ବାଧା ଆସିପାରେ। ଉଚ୍ଚ ଅଧିକାରୀଙ୍କ ସହଯୋଗରେ କାମ ପୂରା ହେବ। ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ।

ମୀନ: ଚାକିରି ବୃତ୍ତିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଧନଲାଭର ନୂଆ ମାର୍ଗ ଖୋଲିବ। ମନୋରଂଜନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର