ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାରା ଦିନ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିବେ। ପୂର୍ବ ଅନୁଭବ କାମରେ ଆସିବ। କାର୍ଯ୍ୟରେ ଉନ୍ନତି ସୁନିଶ୍ଚିତ ହେବ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ‌।

ବୃଷ: ସମାଜରେ ଉଚିତ ଆଦର ସମ୍ମାନ ମିଳିବ। କ୍ୟାରିୟରରେ ଉନ୍ନତିର ମାର୍ଗ ଖୋଲିବ। କିଣାବିକା ଲାଗି ଦିନଟି ଭଲ। ବାଲ୍ୟବନ୍ଧୁ ସହିତ ଫୋନରେ କଥା ହୋଇପାରନ୍ତି।

ମିଥୁନ: ଶୁଭ ସମ୍ବାଦ ପାଇବେ। ଆତ୍ମବିଶ୍ବାସ ବୃଦ୍ଧି ହେବ। ନୂଆ ଯୋଜନା ତିଆରି କରିବାରେ ସଫଳ ହେବେ। ଅଚାନକ ଧନଲାଭ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।

କର୍କଟ: ନୂଆ କାମ କରିବା ପାଇଁ ଭାବିବେ। ଅଧିକାରୀବର୍ଗ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭଦାୟକ ରହିବ।

ସିଂହ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଉପାର୍ଜନ ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବହୁତ ଭଲ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

କନ୍ୟା: ନୂଆ କାମ କରିବା ଲାଗି ଭାବିପାରନ୍ତି। ଯେଉଁ କାମ ମନ ଲଗାଇ କରିବେ ସେଥିରେ ଯଥେଷ୍ଟ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ ନିଷ୍କପଟତାରେ ପ୍ରଭାବିତ ହେବେ।

ତୁଳା: ପୂର୍ବ କଥାକୁ ନେଇ ମନସ୍ତାପ କରିପାରନ୍ତି। ବନ୍ଧୁ ସହିତ ବ୍ୟକ୍ତିଗତ ବିଷୟରେ ଆଲୋଚନା କରିବେ। ଆୟର ନୂଆ ଉତ୍ସ ସମ୍ମୁଖକୁ ଆସିବ। ଜୀବନସାଥୀଙ୍କ ସହିତ ସୌହାର୍ଦ୍ଦ୍ୟ ବଢ଼ିବ।

ବିଛା: ଗୃହିଣୀ ନିଦ୍ଧାର୍ରିତ ସମୟ ପୂର୍ବରୁ ନିଜର କାମ ପୂରା କରିଦେବେ। ସୁସମ୍ବାଦ ପାଇବେ। କାରବାରରେ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କ ମନରେ ନୂଆ ବିଚାର ଆସିବ।

ଧନୁ: ଆପଣ ଯେଉଁ କାମ କରିବାକୁ ଆଶା କରିଛନ୍ତି ତାହା ପୂରା ହେବ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ଘରେ ଶୁଭ ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ।

ମକର: ଭଲ ଖବର ମିଳିବାର ସମ୍ଭାବନା ଅଛି। ବ୍ୟକ୍ତିଗତ ପ୍ରସଙ୍ଗ ନେଇ ବିଚାର ବଦଳି ପାରେ। ଧନଲାଭର ଯୋଗ ରହିଛି। ପରିବାର ସହିତ ସୁଖଦ ସମୟ କାଟିବେ।

କୁମ୍ଭ: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ଆପଣଙ୍କ କାମ ପ୍ରଶଂସିତ ହେବ। ନବବିବାହିତଙ୍କ ଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ ନିଜ ପରିଶ୍ରମର ପରିଣାମ ମିଳିବ।

ମୀନ: ପୂର୍ବରୁ କରିଆସୁଥିବା କାମରୁ ଲାଭ ପାଇବେ। ଭଲ ଖବର ଶୁଣିବେ। ଧାର୍ମିକ ଆୟୋଜନରେ ଭାଗ ନେବାର ସୁଯୋଗ ମିଳିବ। ସମ୍ପର୍କ ନେଇ ଭାବପ୍ରବଣ ହେବେ।

ସମ୍ବନ୍ଧିତ ଖବର