ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାରରେ ଉତ୍‍ଥାନ ପତନ ଦେଖାଦେଇପାରେ। ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ବୃଷ: ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ଆପଣଙ୍କୁ ଧନଲାଭର ସୁଯୋଗ ମିଳିବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକମାନଙ୍କ ଲାଗି ଦିନଟି ଲାଭପ୍ରଦ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ଭାଗୀଦାର କାରବାରରୁ ଭଲ ପରିଣାମ ପାଇବେ। ପାରିବାରିକ ଜୀବନ ସୁଖକର ହେବ।

କର୍କଟ: ପୂଜାପାଠରେ ଏକାଗ୍ରତା ଅନୁଭବ କରିବେ। ଧର୍ମ ପୁସ୍ତକ ଆଦି ପଢ଼ିବେ। ଭବିଷ୍ୟତ ଲାଗି ନୂଆ ଯୋଜନା ତିଆରି କରିବେ।

ସି˚ହ: ନୂଆ କାମର ସୁଯୋଗ ଲାଗି ପ୍ରସ୍ତୁତ ରହିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ସାଂସାରିକ ସୁଖ ସୁବିଧା ବୃଦ୍ଧି ହେବ।

କନ୍ୟା: ଘର ଓ ଅଫିସରେ ଖୁସିର ବାତାବରଣ ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପ୍ରିୟତମଙ୍କୁ ଉପହାର ଦେବେ।

ତୁଳା: କ୍ୟାରିୟର ପ୍ରସଙ୍ଗରେ କିଛି ଭଲ ହେବ। ମହିଳା ଶିଳ୍ପୋଦ୍ୟୋଗୀଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ବିଛା: ନିଜକୁ ନିରର୍ଥକ କାମଠୁଁ ଦୂରରେ ରଖନ୍ତୁ। କାରବାରରେ ଆମଦାନି ପୂର୍ବ ଅପେକ୍ଷା ଭଲ ହେବ। ଛାତ୍ରମାନଙ୍କର ଲେଖାପଢ଼ାରେ ମନ ଲାଗିବ।

ଧନୁ: କୌଣସି କାମରେ ଅଧିକ ସମୟ ଲାଗିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ପତ୍ନୀ ଆପଣଙ୍କ ପ୍ରତି ଦୟାଶୀଳ ରହିବେ।

ମକର: ଅଧୁରା କାମ ଯଥା ସମୟରେ ପୂରା କରିନେବେ। ବ୍ୟବସାୟ ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ଘରେ ସୁଖ ଶାନ୍ତି ବଜାୟ ରହିବ।

କୁମ୍ଭ: କୌଣସି ବିଶେଷ କାମରେ ଆପଣଙ୍କୁ ସଫଳତା ହାସଲ ହେବ। କୌଣସି ଖୁସି ଖବର ପାଇବେ। ସମାରୋହକୁ ଯିବାର ଯୋଜନା କରିବେ।

ମୀନ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଆପଣଙ୍କର ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ସପରିବାର ଭ୍ରମଣରେ ଯିବାର ଯୋଜନା କରିବେ।

ସମ୍ବନ୍ଧିତ ଖବର