ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।

ବୃଷ: ରାଜନେତାଙ୍କ ଲାଗି ଦିନଟି ଭଲ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ମହିଳାମାନେ ଜିନିଷ କିଣିବା ବେଳେ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ।

ମିଥୁନ: ଆପଣଙ୍କ କାମ ମନମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଉପଯୋଗୀ ବସ୍ତୁ ଉପହାର ଦେବେ। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ।

କର୍କଟ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଖର୍ଚ୍ଚ ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ସିଂହ: ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ଅଫିସରେ ସହକର୍ମୀ ସହଯୋଗ କରିବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ।

ତୁଳା: ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିନେବେ। ଭ୍ରମଣ ସୁଖଦ ହେବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ବିଛା: କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ତିଆରି କରିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ବ୍ୟବସାୟରେ ଉନ୍ନତି ହେବ।

ଧନୁ: ବେପାର ଲାଭରୁ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଅଫିସ କର୍ତ୍ତୃପକ୍ଷ ଆପଣଙ୍କୁ ପ୍ରଶଂସା କରିବେ। ବାହନ କିଣିବା ଲାଗି ମନ ବଳିବ।

ମକର: ନୂଆ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଅପବ୍ୟୟ କମ୍ କରନ୍ତୁ। ପାରିବାରିକ ଜୀବନ ସୁଖକର ହେବ।

କୁମ୍ଭ: କୌଣସି କଥାରେ ପରିବାରର ସମସ୍ତେ ଏକମତ ହେବେ। ଜୀବନସାଥୀଙ୍କୁ ଭଲ ଉପହାର ଦେଇପାରନ୍ତି। ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ।

ମୀନ: ଅଧିକ କ୍ରୋଧରୁ ନିବୃତ୍ତ ରୁହନ୍ତୁ। ଜମିରେ ନିବେଶ ଲାଗି ଦିନଟି ଭଲ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ସମ୍ବନ୍ଧିତ ଖବର