ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ।

ବୃଷ: ଘରୋଇ ଖର୍ଚ୍ଚ କମତି ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ଖୁସି ଖବର ମିଳିବ।

ମିଥୁନ: ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ। ଶତ୍ରୁମାନେ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।

କର୍କଟ: ଅଫିସରେ ଆପଣଙ୍କ କାମର ବୋଝ କମ୍ ରହିବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ପାଇଁ କୌଣସି ମୂଲ୍ୟବାନ ବସ୍ତୁ କିଣି ପାରନ୍ତି।

ସିଂହ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରିନିଅନ୍ତୁ। କାରବାରରେ ଉତ୍‍ଥାନ ପତନ ଲାଗିରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

କନ୍ୟା: ନୂଆ ବିଚାର ପ୍ରୟୋଗ ପାଇଁ ସମୟ ଉତ୍ତମ। ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଛାତ୍ରଛାତ୍ରୀ ଯୋଜନା ତିଆରି କରି ଅଧ୍ୟୟନ କରନ୍ତୁ।

ତୁଳା: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଜମି ଦଲାଲଙ୍କୁ ଯଥେଷ୍ଟ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ବିଛା: ଅଧିକାଂଶ ମାମଲାରେ ନିଜକୁ ଭାଗ୍ୟଶାଳୀ ମନେ କରିବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇପାରିବେ।

ଧନୁ: ମାନସିକ ରୂପେ ସୁସ୍ଥ ରହିବେ। କୌଣସି ଶୁଭ ଖବର ମିଳିବ। ଶତ୍ରୁମାନେ ଦବି ରହିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କିଛି ନୂଆ ସୁଯୋଗ ପାଇବେ।

ମକର: ଆପଣଙ୍କ ମନରେ ବହୁତ ସକାରାତ୍ମକ ଭାବନା ଆସିବ। ସାଥୀଙ୍କୁ ମନର କଥା କହିପାରନ୍ତି। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବିବାହିତଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

ମୀନ: ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ବଡ଼ ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର