ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଦୋକାନିଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ରାଜନୀତିରେ ସଫଳତା ପାଇବେ।

ବୃଷ: ନେବା-ଦେବା ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଅଭିଜ୍ଞ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଉପାଦେୟ ସାବ୍ୟସ୍ତ ହେବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ।

ମିଥୁନ: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ହେବ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହେବେ। ପ୍ରେମ ଜୀବନ ମଧୁର ହେବ।

କର୍କଟ: ବନ୍ଧୁ ଓ ପରିଜନଙ୍କ ସହ ସମୟ ଅତିବାହିତ କରିବେ। କ୍ୟାରିୟରରେ ପରିବର୍ତ୍ତନ ଆଣିବାରେ ସଫଳ ହେବେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ ରହିବ।

ସି˚ହ: କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ସାହାଯ୍ୟ ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି।

କନ୍ୟା: ମାତାପିତାଙ୍କ ସହିତ ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହୋଇପାରେ। କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ।

ତୁଳା: ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ। ଜୀବନରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

ବିଛା: ଆପଣ ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବା ହେତୁ ମନ ଉତ୍ସାହରେ ଭରିବ। ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତ ପାଇଁ ଦିନଟି ଭଲ।

ଧନୁ: ଜୀବନର କୌଣସି କ୍ଷେତ୍ରରେ ସୁଧାର ହେବ। ସମାଜରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଅଚାନକ ଧନଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ।

ମକର: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ସବୁ ସମସ୍ୟାର ନିବାରଣ ହେବ। ବନ୍ଧୁ ସହିତ କୌଣସି କଥାରେ ତର୍କ ହୋଇପାରେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

କୁମ୍ଭ: କ୍ୟାରିୟରରେ କୌଣସି ବଡ଼ ସଫଳତା ହାସଲ କରିପାରନ୍ତି। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ମୀନ: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ବନ୍ଧୁ ସହିତ ବ୍ୟକ୍ତିଗତ ବିଷୟରେ ଆଲୋଚନା କରିବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ଉତ୍ତମ ରହିବ।

ସମ୍ବନ୍ଧିତ ଖବର