ଜାଣନ୍ତୁ ଆସନ୍ତାକାଲିର ରାଶିଫଳ


ମେଷ: ପରିବାରରେ ସୁଖଦ ବାତାବରଣ ରହିବ। ଆପଣଙ୍କ ସାମନାକୁ କୌଣସି ଚ୍ୟାଲେଞ୍ଜ ଆସିପାରେ। ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ।

 

ବୃଷ: ସରକାରୀ କାମରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା ତିଆରି କରିବେ। ପାରିବାରିକ ଜୀବନ ସୁଖମୟ ହେବ।

 

ମିଥୁନ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି ବିତିବ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ବିରୋଧୀ ସ୍ବୟଂ ପରାସ୍ତ ହୋଇଯିବେ। ଛାତ୍ରଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିବ।

 

କର୍କଟ: ଅଫିସରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ। ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ। ସ୍ନେହପୂର୍ଣ୍ଣ ବ୍ୟବହାର ପାଇ ସତେଜ ଅନୁଭବ କରିବେ।

 

ସି˚ହ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। କାମକୁ ନେଇ କୌଣସି ନୂଆ ବିଚାର ସୃଷ୍ଟ ହୋଇପାରେ। ପତିପତ୍ନୀଙ୍କ ମଧୢରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ।

 

କନ୍ୟା: ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ବହୁତ ଭଲ ହେବ। ଜୀବିକା ସମ୍ବନ୍ଧରେ ଭଲ ଖବର ପାଇବେ। ସନ୍ତାନଙ୍କ ପ୍ରତି ବିଶ୍ବାସ ବଢ଼ିବ।

 

ତୁଳା: ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। ଧନଲାଭର ଯୋଗ ରହିଛି। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଉତ୍ତମ।

 

ବିଛା: ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହୋଇଯିବେ। ଜୀବନସାଥୀଙ୍କ ସହିତ ତର୍କ କରନ୍ତୁ ନାହିଁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

 

ଧନୁ: ବ୍ୟବସାୟରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଆପଣ କୌଣସି ବଡ଼ ମଞ୍ଚରେ ସ୍ଥାନ ପାଇବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

 

ମକର: ବହୁତ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

 

କୁମ୍ଭ: କୌଣସି ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରା ହେବା ଯୋଗୁଁ ଖୁସି ହେବେ। ଆପଣଙ୍କ କାମର ଚର୍ଚ୍ଚା ହେବ। ବିଏସ୍‍ସି ଛାତ୍ରଙ୍କୁ କ୍ୟାରିୟରରେ ସଫଳତା ମିଳିବ।

 

ମୀନ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ପୁସ୍ତକାଦି କିଣିବେ। ଅଫିସରେ ସୁନ୍ଦର ବାତାବରଣ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ବହୁତ ଭଲ।

ସମ୍ବନ୍ଧିତ ଖବର