ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘରକୁ ବନ୍ଧୁ ଆସିବେ। ଯେକୌଣସି କାମ କରିବା ପୂର୍ବରୁ ଅଭିଭାବକଙ୍କ ପରାମର୍ଶ ନିଅନ୍ତୁ। ଆତ୍ମବିଶ୍ବାସ ବଜାୟ ରଖିବା ଆପଣଙ୍କ ପକ୍ଷେ କଷ୍ଟକର ହୋଇପାରେ।

ବୃଷ: ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବନ୍ଧୁ ଓ ଶିକ୍ଷକଙ୍କର ସହଯୋଗ ପାଇବେ। ଭାଗୀଦାରି କାରବାରରେ ଲାଭ ପାଇବେ। ପ୍ରେମ ଜୀବନ ମଧୁର ରହିବ।

ମିଥୁନ: ଆପଣଙ୍କ ମନ ଉତ୍ସାହିତ ରହିବ। ଅଫିସରେ ସହକର୍ମୀ ଆପଣଙ୍କ ସାମର୍ଥ୍ୟ ଦେଖି ପ୍ରଭାବିତ ହେବେ। ସନ୍ତାନ ପକ୍ଷରୁ ଖୁସି ମିଳିବ। ବ୍ୟବସାୟରେ ଲାଭର ଅବସର ପାଇବେ।

କର୍କଟ: ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବାପା ମାଆଙ୍କ ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ସୁଦୃଢ଼ ହେବ।

ସିଂହ: ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ପରିବାରରେ କୌଣସି ଶୁଭକାର୍ଯ୍ୟ ଲାଗି ଯୋଜନା କରିବେ। ଅଚାନକ ଧନଲାଭ ହେବ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ପୂରାଦିନ ନୂଆ ଶକ୍ତିରେ ପୂର୍ଣ୍ଣ ରହିବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ବ୍ୟବସାୟରେ ସବୁ କିଛି ଭଲ ହେବ।

ତୁଳା: ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ଇଂଜିନିୟର ଠିକ୍ ସ୍ଥାନରେ ନିଜର ଅଭିଜ୍ଞତା ପ୍ରୟୋଗ କରିବେ। ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ।

ବିଛା: ପାରିବାରିକ ଜୀବନ ସୁଖମୟ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ପଇସା ନେବା-ଦେବାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ସପକ୍ଷରେ ହେବ। ବ୍ୟବସାୟରେ ଭାଗୀଦାରଙ୍କ ସହ ସମ୍ବନ୍ଧ ଭଲ ହେବ।

ମକର: କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ। ବଡ଼ ଭାଇ ଭଉଣୀଙ୍କ ସହଯୋଗରେ କାମ ଆରମ୍ଭ କରନ୍ତୁ।

କୁମ୍ଭ: ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ଆମଦାନିରେ ବୃଦ୍ଧି ହେବାର ଯୋଗ ଅଛି। ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହେବ।

ମୀନ: ଅଧିକାରୀମାନଙ୍କ ନିକଟରେ ସାବଧାନ ରୁହନ୍ତୁ। ଋଣ ପରି‌ଶୋଧ କରିବେ। ପରିବାର ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ।

ସମ୍ବନ୍ଧିତ ଖବର