ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ଆପଣଙ୍କ ଉପରେ ଲୋକଙ୍କ ଭରସା ବଢ଼ିବ। ଆପଣଙ୍କ ବ୍ୟବସାୟ କାୟା ବିସ୍ତାର କରିବ।

ବୃଷ: ଅଫିସ କାମରେ ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ଜରୁରୀ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ।

ମିଥୁନ: ଗୃହିଣୀମାନେ ରୋଷେଇ ଘରେ କାମ କରିବା ବେଳେ ସାବଧାନ ରୁହନ୍ତୁ। ଉଚ୍ଚ ପଦବି ପାଇବାର ଇଚ୍ଛା ବଢ଼ିବ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ।

କର୍କଟ: ଭବିଷ୍ୟତର ଯୋଜନା ତିଆରି ଲାଗି ଭଲ ଦିନଟିଏ। ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।

ସିଂହ: କୌଣସି କାମରେ ପଡ଼ୋଶୀଙ୍କର ସହଯୋଗ ପାଇବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ସଫଳତା ମାର୍ଗରେ ଲାଗି ରହିଥିବା ସବୁ ବାଧା ଦୂର ହେବ।

କନ୍ୟା: ବିଚାରାଧୀନ ମକଦ୍ଦମାର ସମାଧାନ ବାହାରିବ। ବ୍ୟବସାୟରେ ଆପଣଙ୍କର ଖୁବ୍ ଉନ୍ନତି ହେବ। ଆପଣଙ୍କର ସ୍ବଭାବ ଅନ୍ୟମାନଙ୍କୁ ଆକୃଷ୍ଟ କରିବ।

ତୁଳା: ଆପଣଙ୍କୁ ନୂଆ ସୁଯୋଗ ମିଳିବ, ଯାହା ଆର୍ଥିକ ଲାଭ ଦେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଶିକ୍ଷାର୍ଥୀଙ୍କର ପାଠରେ ମନ ଲାଗିବ।

ବିଛା: ଆପଣଙ୍କର ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଚାରିପାଖରେ ହେଉଥିବା ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। କୌଣସି ବନ୍ଧୁ ସହ ଅଚାନକ ସାକ୍ଷାତ ହେବ।

ଧନୁ: କାମରେ ସାବଧାନତା ଅବଲମ୍ବନ କରନ୍ତୁ। ବିରୋଧୀ କ୍ଷତି କରିବାକୁ ଚେଷ୍ଟା କରିବେ। ପରିବାର ଲୋକଙ୍କର ପରାମର୍ଶ ନେବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ମକର: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ମାନସିକ ପ୍ରସନ୍ନତା ବଜାୟ ରହିବ। ଟଙ୍କା ନେବା ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଶତ୍ରୁଙ୍କୁ ପରାସ୍ତ କରିବେ।

କୁମ୍ଭ: ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଶିକ୍ଷାର୍ଥୀ ଏକାନ୍ତ ସ୍ଥାନରେ ଅଧ୍ୟୟନ କରନ୍ତୁ।

ମୀନ: ସରକାରୀ ଅଧିକାରୀଙ୍କ ସହଯୋଗ ପାଇବେ। ଆପଣଙ୍କ ରଚନାକୁ ଲୋକେ ପ୍ରଶଂସା କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସମ୍ବନ୍ଧିତ ଖବର