ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଅନ୍ୟମାନଙ୍କର ସହଯୋଗ ମିଳିବ। ଆପଣଙ୍କର ସ୍ବାସ୍ଥ୍ୟ ଠିକ୍ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ବୃଷ: ଚାକିରିଆଙ୍କୁ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି। ଆପଣଙ୍କ ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଛାତ୍ର ଭାବିଷ୍ୟତ ଲାଗି ଯୋଜନା ତିଆରି କରି ପଢ଼ନ୍ତୁ।

ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଆପଣ ନିଜର ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ।

କର୍କଟ: ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ବୈଜ୍ଞାନିକଙ୍କୁ କୌଣସି ବଡ଼ ସଫଳତା ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ସିଂହ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

କନ୍ୟା: ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଜରୁରୀ କାମ ପୂରା କରିବାରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

ତୁଳା: କାରବାରରେ ଅନିଶ୍ଚିତତା ଦେଖାଦେଇପାରେ। ସକାରାତ୍ମକ ଭାବେ କାମ କରନ୍ତୁ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତିକୁ ହ୍ରାସ କରିବ।

ବିଛା: ଧନଲାଭର ଯୋଗ ରହିଛି। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ। ଜୀବନସାଥୀ ସହ ମନୋମାଳିନ୍ୟ ହୋଇପାରେ।

ଧନୁ: ଆପଣଙ୍କ ଲାଗି ଆତ୍ମବିଶ୍ବାସର ଦିନଟିଏ। ଯାହା କରିବା ପାଇଁ ଭାବିଥିବେ ତାହା ସଂପୂର୍ଣ୍ଣ ହୋଇଯିବ। ନିଜ କାମରେ ନୂଆ କୌଶଳ ଲଗାଇବାକୁ ଚେଷ୍ଟା କରନ୍ତୁ।

ମକର: ଆପଣଙ୍କର ମାନସିକ ଅସ୍ଥିରତା ବଢ଼ିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ।

କୁମ୍ଭ: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଅଭାବୀ ଲୋକଙ୍କୁ ସହଯୋଗ କରିବାରେ ସଂକୋଚ କରନ୍ତୁ ନାହିଁ। ଛାତ୍ରଙ୍କର ପାଠପଢ଼ାରେ ମନ ଲାଗିବ।

ମୀନ: ଆପଣଙ୍କ ମନକୁ ବହୁତ ସକାରାତ୍ମକ ଭାବନା ଆସିବ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ବିବାହିତ ଲୋକ ଜୀବନସାଥୀଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ।

ସମ୍ବନ୍ଧିତ ଖବର