ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ବେପାର ବୃଦ୍ଧି ଲାଗି ସୁଯୋଗ ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ଉନ୍ନତି ହେବ।

ବୃଷ: କୌଣସି ଶୁଭ ଖବର ପାଇବେ। ବ୍ୟବସାୟରେ ଲାଗିରହିଥିବା ବାଧା ଦୂର ହେବ। ବକେୟା ଅର୍ଥ ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମିଥୁନ: ଆପଣ କୌଣସି ବିଷୟକୁ ନେଇ ଗହନ ଚିନ୍ତାରେ ବୁଡ଼ି ରହିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ମହିଳାମାନେ ପୂର୍ବ କଥା ମନେ ପକାଇ ଖୁସି ହେବେ।

କର୍କଟ: ଦିନଟି ଆପଣଙ୍କ ଜୀବନରେ ମହତ୍ତ୍ବପୂର୍ଣ୍ଣ ମୋଡ଼ ଆଣି ଦେଇପାରେ। ଶୁଭକାର୍ଯ୍ୟରେ ନୂଆ ଲୋକଙ୍କର ସାହାଯ୍ୟ ପାଇବେ। ସନ୍ତାନଙ୍କ ଜରୁରୀ କାମ ପୂରା ହୋଇପାରେ।

ସିଂହ: କୌଣସି ବ୍ୟକ୍ତିଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିପାରନ୍ତି। ବାଲ୍ୟବନ୍ଧୁ ଠାରୁ ଫୋନ ଆସିପାରେ। ଜୀବନସାଥୀଙ୍କ ସହ ଧର୍ମାନୁଷ୍ଠାନକୁ ଯାଇପାରନ୍ତି।

କନ୍ୟା: ମାତା ପିତାଙ୍କ ସହଯୋଗ ପାଇବେ। ପରିଶ୍ରମ ଓ ଏକାଗ୍ରତାର ସହ କାମ କରିବେ। ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ।

ତୁଳା: ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଆପଣ କୌଣସି କାମ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଭଲ ତାଳମେଳ ରହିବ।

ବିଛା: କଥା କହିବା ବେଳେ ସଂଯମୀ ରୁହନ୍ତୁ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନେତାଙ୍କ ଲାଗି ଦୂର ଯାତ୍ରାର ସୁଯୋଗ ରହିଛି।

ଧନୁ: ଆପଣଙ୍କୁ ବିଭିନ୍ନ ପ୍ରକାର ନୂଆ ଅଭିଜ୍ଞତା ମିଳିବ। ସଭିଏଁ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଜୀବିକାରେ ଆଗକୁ ବଢ଼ିବାର ସୁଯୋଗ ପାଇବେ।

ମକର: ନିଜ ଜୀବନରେ ଉନ୍ନତି ଆଣିବା ପାଇଁ ଅଧିକ ଖର୍ଚ୍ଚ କରିପାରନ୍ତି। କାମ ସଂପୂର୍ଣ୍ଣ କରିବାରେ ପରିବାରର ସହଯୋଗ ପାଇବେ। ବେପାରରେ ଉନ୍ନତି ହେବ।

କୁମ୍ଭ: ଲାଗିରହିଥିବା ଅସୁବିଧା କମ୍ ହେବ। ଅଫିସରେ ବଡ଼ କାମର ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ନୂତନତ୍ବ ଆସିବ।

ମୀନ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କ ସହ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଶିକ୍ଷାର୍ଥୀଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।

ସମ୍ବନ୍ଧିତ ଖବର