ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଣାବିକା କାମ ସ˚ପୂର୍ଣ୍ଣ ହେବ। ଧନଲାଭର ଯୋଗ ରହିଛି। ଭାଇମାନଙ୍କ ସହିତ ସୌହାର୍ଦ୍ଦ୍ୟ ବଢ଼ିବ। ଘରେ ଖୁସିର ପରିବେଶ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

 

ବୃଷ: ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ। ପୁରୁଣା ବନ୍ଧୁଙ୍କ ସହିତ କଥା ହେବାର ଅବସର ପାଇବେ। ରାଜନୀତିକ ଲୋକଙ୍କ ଲାଗି ଦିନଟି ଶୁଭ।

 

ମିଥୁନ: ବନ୍ଧୁ ଓ ପରିବାର ସହିତ ବ୍ୟସ୍ତ ରହିବେ। କାମର ଯୋଜନା ପ୍ରସ୍ତୁତ କରିବେ। ବଜେଟକୁ ଧୢାନରେ ରଖି ଖର୍ଚ୍ଚ କରନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଶୁଭ।

 

କର୍କଟ: ସ୍ଥଗିତ ଥିବା କାର୍ଯ୍ୟ ସ˚ପୂର୍ଣ୍ଣ ହେବା ଯୋଗୁଁ ଧନଲାଭ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ।

 

ସି˚ହ: ଧୀଶକ୍ତି ବଳରେ କିଛି କାମ ସ˚ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଅଚାନକ ଖୁସି ଖବର ପାଇବେ। ପ୍ରିୟତମଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ।

 

କନ୍ୟା: ବିଚାରରେ ସକାରାତ୍ମକତା ବଜାୟ ରହିବ। କ୍ୟାରିୟର ପାଇଁ ଦିନଟି ଅନୁକୂଳ। ବ୍ୟବସାୟରେ ଲାଭ ପାଇବେ। ପାରିବାରିକ ଖୁସି ବୃଦ୍ଧି ହେବ।

 

ତୁଳା: କାମ ସ˚ପୂର୍ଣ୍ଣ କରିବାରେ ବାଧା ଆସିବ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ଅଫିସ କର୍ମଚାରୀଙ୍କର ଦିନଟି ଭଲରେ କଟିବ।

 

ବିଛା: କାମ ସ˚ପୂର୍ଣ୍ଣ କରିବାରେ ବନ୍ଧୁ ସହଯୋଗ କରିବେ। କାରବାରରେ ଲାଭ ହେବ। ସୁସମ୍ବାଦ ପାଇବେ। ନବ ବିବାହିତଙ୍କ ଜୀବନରେ ମଧୁରତା ଆସିବ।

 

ଧନୁ: ଆପଣଙ୍କ ମସ୍ତିଷ୍କରେ ବିବିଧ ଚିନ୍ତା ସୃଷ୍ଟ ହେବ। ସବୁ କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ˚ପୂର୍ଣ୍ଣ କରିବେ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ।

 

ମକର: ସକାରାତ୍ମକ ନିଷ୍ପତ୍ତି ନେବାରେ ସଫଳ ହେବେ। ବ୍ୟବସାୟରେ ଅଭିବୃଦ୍ଧି ହେବ। ଅଚାନକ ଧନଲାଭ ହେବ। ଅତୀତର ସ୍ମୃତି ଦାମ୍ପତ୍ୟ ଜୀବନକୁ ସୁଖଦ କରିବ।

 

କୁମ୍ଭ: ଅତୀତର କଥାକୁ ନେଇ ମନସ୍ତାପ କରିପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଉତ୍କୃଷ୍ଟ ସାବ୍ୟସ୍ତ ହେବ। ଆପଣଙ୍କୁ ଚୁକ୍ତିବଦ୍ଧ କାର୍ଯ୍ୟ ମିଳିବ।

 

ମୀନ: ବ୍ୟବସାୟରେ ନୂଆ ସୁଯୋଗ ସମ୍ପର୍କରେ ବିଚାର କରନ୍ତୁ। ମହିଳାଙ୍କ ଲାଗି ଦିନଟି ଭଲ। ସମ୍ବନ୍ଧରେ ମନୋମାଳିନ୍ୟ ଦୂର କରିବାରେ ସଫଳ ହୋଇପାରନ୍ତି।

ସମ୍ବନ୍ଧିତ ଖବର