publive-image

Advertisment

ମେଷ: ଆପଣ ବ୍ୟବସାୟ ସମ୍ବନ୍ଧରେ ଭଲ ପରାମର୍ଶ ପାଇବେ। ସନ୍ତାନ ସଫଳତାରୁ ସୁଖ ଅନୁଭୂତି ମିଳିବ। ଅଫିସରେ ମହତ୍ତ୍ବପୂର୍ଣ୍ଣ କାମ ପାଇବେ।

publive-image

ବୃଷ: ପରିବାର ଲୋକଙ୍କର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ବେପାରରେ ଅଚାନକ ଧନଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

publive-imageମିଥୁନ: ପରିବାରରେ ଧାର୍ମିକ ଅନୁଷ୍ଠାନ ଆୟୋଜନ ଲାଗି ପ୍ରସ୍ତୁତି କରିବେ। କାମରେ ଜୀବନସାଥୀ ସହଯୋଗ କରିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବ‌ା ପାଇଁ ଭାବିବେ।

publive-imageକର୍କଟ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବା ଲାଗି ଚେଷ୍ଟା କରିବେ। ଆଖପାଖର ଲୋକ ଆପଣଙ୍କର ବିରୋଧ କରିବେ।

publive-imageସିଂହ: ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟରେ ବନ୍ଧୁଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେ‌ବ।

publive-imageକନ୍ୟା: ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଅଫିସରେ ସହକର୍ମୀ ସହାୟତା କରିବେ। ଏଭଳି ଲୋକଙ୍କ ସହ ମିଶିବେ ଯେଉଁମାନେ ଭବିଷ୍ୟତରେ ସାହାଯ୍ୟ କରିବେ।

publive-imageତୁଳା: ଅଫିସରେ ଅଧିକ ସମୟ ପରିଶ୍ରମ କଲେ ଯାଇ କାମ ପୂରା ହେବ। ବିବାଦଠୁଁ ଦୂରରେ ରୁହନ୍ତୁ। ନୂଆ କାମର ଯୋଜନା କରିବେ। ଆମଦାନି ଉତ୍ସରେ ବୃଦ୍ଧି ହେବ।

publive-imageବିଛା: ଆର୍ଥିକ ପକ୍ଷ ସୁଦୃଢ଼ ରହିବ। କାମକୁ ନେଇ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

publive-imageଧନୁ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ଘରୋଇ ଜିନିଷ କିଣିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତି କରିବେ।

publive-imageମକର: ବେପାର ପାଇଁ କୌଣସି ବଡ଼ କଂପାନି ସହ ଚୁକ୍ତିର ଅବସର ପାଇବେ। ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବେ।

publive-image

କୁମ୍ଭ: ଆପଣଙ୍କୁ ଧନଲାଭର ମଉକା ମିଳିବ। ନୂଆ କାମର ରୁଚି ବଢ଼ିବ। ପାରିବାରିକ ଜୀବନ ଉତ୍ସବମୁଖର ହେବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ବହୁତ ଭଲ।

publive-imageମୀନ: ଶୁଭ ଖବର ପାଇବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ପରିବର୍ତ୍ତନ ପାଇଁ ଭାବିବେ। ଅଫିସରେ ବାତାବରଣ ଟିକେ ଅଲଗା ରହିବା ଯୋଗୁଁ କାମ ପୂରା କରିବାକୁ ସମୟ ଲାଗିବ।