ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପାରିବାରିକ ଜୀବନ ଶାନ୍ତିମୟ ହେବ। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିପାରେ। ବେପାରୀ ବର୍ଗ କାହାରିକୁ ଧାର ଦିଅନ୍ତୁ ନାହିଁ।

ବୃଷ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ବନ୍ଧୁଙ୍କ ସହିତ ମିଶିବାର ଯୋଗ ରହିଛି। କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ।

ମିଥୁନ: ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ଯୋଜନା କରିପାରନ୍ତି। ବେକାରଙ୍କୁ ରୋଜଗାର ମିଳିବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ବିଭିନ୍ନ ଲୋକଙ୍କ ସହିତ ମିଶିବେ। କଲେଜରେ ମିଳିଥିବା ପ୍ରୋଜେକ୍ଟ ଶୀଘ୍ର ସମାପ୍ତ କରନ୍ତୁ। ଯାହା ପୂରଣ କରିପାରିବେ ଜୀବନସାଥୀଙ୍କୁ ସେଭଳି କଥା ଦିଅନ୍ତୁ।

ସି˚ହ: କୌଣସି ବିଶେଷ କାମରେ ଲାଭ ମିଳିପାରେ। କୌଣସି ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାକୁ ଆସିପାରନ୍ତି। ମନୋର˚ଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।

କନ୍ୟା: ଆପଣଙ୍କର ମନସ୍କାମନା ପୂରଣ ହେବ। ନିଜକୁ ଆର୍ଥିକ ରୂପେ ମଜଭୁତ ଅନୁଭବ କରିବେ। ଘର ପାଇଁ ଜିନିଷପତ୍ର କିଣିବେ।

ତୁଳା: ଅଧୁରା କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରା କରିନେବେ। ଘରକୁ କୌଣସି ବନ୍ଧୁ ଆସି ପାରନ୍ତି। ବିଲ୍‍ଡର୍ସଙ୍କୁ ଧନଲାଭ ହେବ।

ବିଛା: ଆପଣଙ୍କ ସବୁ ଇଚ୍ଛା ପୂରଣ ହେବ। ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ଧନୁ: କ୍ୟାରିୟରରେ ବଡ଼ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜମିରେ ନିବେଶ ଲାଗି ଦିନଟି ଭଲ। ବୈବାହିକ ଜୀବନ ଖୁସି ଭରା ରହିବ।

ମକର: ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନକୁ ଦୃଢ଼ ଭାବେ ମୁକାବିଲା କରିପାରିବେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

କୁମ୍ଭ: ଯେଉଁ କାମ ସ˚ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ ତାହା ପୂରା ହୋଇଯିବ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ବାହାରକୁ ବୁଲି ଯିବେ।

ମୀନ: ଅନ୍ୟମାନଙ୍କ କାମରେ ନିଜର ମତାମତ ଦେବାରୁ ନିବୃତ୍ତ ରୁହନ୍ତୁ। ପୂର୍ବରୁ କିଣିଥିବା ଜମି ଆଜି ବିକିଲେ ଆପଣଙ୍କୁ ଲାଭ ମିଳିବ।

ସମ୍ବନ୍ଧିତ ଖବର