ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାବିଥିବା କାମ ମନ ମୁତାବକ ପୂରା ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ବ୍ୟବସାୟରେ ଭାଗୀଦାର ସହ ମିଶି କାମ କରିବେ। ଅଫିସରେ କାମ ଦୈନନ୍ଦିନ ତୁଳନାରେ ଭଲ ହେବ। ପରିଜନଙ୍କ ସହ ମନୋରଂଜନରେ ସମୟ ଅତିବାହିତ କରିବେ।

ମିଥୁନ: କୌଣସି ମନ୍ଦିର ବା ଧର୍ମାନୁଷ୍ଠାନରେ ଲୋକଙ୍କ ସେବା କରିବା ପାଇଁ ମନରେ ସ୍ଥିର କରିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଯଥେଷ୍ଟ ପ୍ରଭାବିତ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଦିଗୁଣା ଲାଭ ହେବ। ଚାକିରିଜୀବୀଙ୍କୁ ଅଫିସରେ ପଦୋନ୍ନତି ସହ ଅତିରିକ୍ତ ଦାୟିତ୍ବ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ସମାଜରେ ପ୍ରସିଦ୍ଧି ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ବେପାରରେ ଉନ୍ନତି ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ପ୍ରତି ବିଶ୍ବାସ ବଢ଼ିବ।

କନ୍ୟା: ପରିବାରରେ ସାମଞ୍ଜସ୍ୟ ବଜାୟ ରହିବ। କୌଣସି ନିଷ୍ପତ୍ତି ନେବା ସମୟରେ ପରିବାରର ମତ ନିଅନ୍ତୁ। ଚାକିରି ବୃତ୍ତିରେ ମନ ମୁତାବକ ଫଳ ପାଇବେ। ଚକ୍ଷୁରେ ସମସ୍ୟା ଦେଖା ଦେଇପାରେ।

ତୁଳା: ପାରିବାରିକ ଖୁସିରେ ବୃଦ୍ଧି ହେବ। କାମରେ ବଡ଼ ଭାଇର ସହଯୋଗ ପାଇବେ। ଶିକ୍ଷାର୍ଥୀ ପଢ଼ିବା ପ୍ରତି ଗମ୍ଭୀରତାର ସହ ଭାବିବେ। ଚାକିରିଜୀବୀଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ।

ବିଛା: କୌଣସି କାମରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ ପ୍ରୟୋଗ କରିବେ। ବେପାରରେ ଯଥେଷ୍ଟ ଲାଭ ହେବ। ସାରାଦିନ ଖୁସିରେ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ଧନୁ: ନୂଆ ବାହନ କିଣିବା ଯୋଗ ଅଛି। ଘରକୁ ଲୋକମାନଙ୍କର ଆସିବା ଯିବା ଲାଗି ରହିବ। ବେପାରରେ ସଫଳତା ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ମକର: ବ୍ୟବସାୟରେ ବୃଦ୍ଧି ହେବ। ଖେଳାଳିଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। ନବ ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଏକାଗ୍ର ମନରେ କାମ କଲେ ସଫଳତା ପାଇବେ।

କୁମ୍ଭ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ଜମାପୁଞ୍ଜି ବୃଦ୍ଧି ହେବ। ଚାକିରିଜୀବୀଙ୍କୁ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରୋତ୍ସାହନ ମିଳିବ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।

ମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ବନ୍ଧୁ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ଭୂସଂପତ୍ତି କିଣିବା ଯୋଗ ରହିଛି।

ସମ୍ବନ୍ଧିତ ଖବର