ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ସନ୍ତାନଠୁଁ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ।

ବୃଷ: ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ସରକାରୀ ଚାକିରିଆଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ। ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ଆଗମନ ହେବ।

ମିଥୁନ: ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ମକଦ୍ଦମାରେ ଜୟଯୁକ୍ତ ହେବେ। ବେକାରଙ୍କୁ ଚାକିରି ମିଳିପାରେ।

କର୍କଟ: ଅଧିକ ସମୟ ପୂଜାପାଠରେ ବିତିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।

ସିଂହ: ପରିବାର ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ। କଳା କ୍ଷେତ୍ରରେ ଥିବା ଲୋକେ କିଛି ନୂଆ କରିବେ। ବ୍ୟବସାୟରେ ଉନ୍ନତି ହେବ।

କନ୍ୟା: କୌଣସି ପୁରୁଣା ବିବାଦ ସମ୍ମୁଖକୁ ଆସିପାରେ। ଦୁଃସାହସିକ ପଦକ୍ଷେପ ନେବାରୁ ନିବୃତ୍ତ ରୁହନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ତୁଳା: କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ଶତ୍ରୁ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣଙ୍କୁ ସେତେ ଲାଭ ମିଳିବ। ଜୀବନସାଥୀଙ୍କୁ ସମୟ ଦିଅନ୍ତୁ।

ବିଛା: କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ଧନପ୍ରାପ୍ତିର ଭଲ ଯୋଗ ରହିଛି।

ଧନୁ: ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ସରକାରୀ କର୍ମଚାରୀଙ୍କ ଲାଗି ଭଲ ଦିନଟିଏ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମକର: ଆପଣ ସକାରାତ୍ମକ ରହିବେ। ମନରେ ନୂଆ ଆଶା ସୃଷ୍ଟି ହେବ। ବିଦ୍ୟାର୍ଥୀ ନିଜର କ୍ୟାରିୟର ଗଢ଼ିବା ପାଇଁ ଅଧିକ ପରିଶ୍ରମ କରିବେ।

କୁମ୍ଭ: ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଦିନଟି ବ୍ୟସ୍ତତାରେ କଟିବ। ଅନ୍ତରଙ୍ଗ ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନ ଦିଅନ୍ତୁ।

ମୀନ: ପୁରୁଣା ସମସ୍ୟାର ସମାଧାନ ହେବ। ରାଜନେତା ନୂଆ କାର୍ଯ୍ୟଭାର ଗ୍ରହଣ କରିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ସମ୍ବନ୍ଧିତ ଖବର