ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। କାମରେ ଅନ୍ୟମାନଙ୍କର ସାହାଯ୍ୟ ପାଇବେ। ଆୟ ବ୍ୟୟର ଭାରସାମ୍ୟ ବଜାୟ ରହିବ। ପ୍ରେମ ସମ୍ବନ୍ଧରେ ନିବିଡ଼ତା ଆସିବ। ‌

ବୃଷ: ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ଦିନଟି ଶୁଭ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଅଫିସ କାମର ଲାଗି ରହିଥିବା ବାଧା ଦୂର ହେବ। ପ୍ରେମ ଜୀବନ ମଧୁରମୟ ହେବ।

ମିଥୁନ: ଆପଣଙ୍କ ମନରେ ସକାରାତ୍ମକତା ରହିବ। ଆଖପାଖର ଲୋକ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ବ୍ୟବସାୟ କାମରେ ଯାତ୍ରା ଯୋଗ ରହିଛି। ଖେଳାଳିମାନଙ୍କ ଲାଗି ଦିନଟି ଭଲ।

କର୍କଟ: ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ। ଘର ଲୋକଙ୍କ ସାହାଯ୍ୟରେ ବେପାରକୁ ବୃଦ୍ଧି କରାଇବେ। ଚାକିରିଜୀବୀ ଆଶା କରୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି।

ସିଂହ: କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ଲୋକେ ଅଭିନନ୍ଦନ ଜଣାଇବେ। ରାଜନୀତି କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ।

କନ୍ୟା: ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। ଅଫିସରେ ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ଜୀବନସାଥୀ ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ।

ତୁଳା: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ଧନ ସମ୍ବନ୍ଧୀୟ ମାମଲ‌ାରେ ଆପଣଙ୍କୁ ସଫଳତା ମିଳିବ।

ବିଛା: ଆପଣଙ୍କ ମନରେ ବିଶେଷ ବିଚାର ଆସିବ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। ଶତ୍ରୁପକ୍ଷ ଆପଣଙ୍କୁ ଦୂରେଇ ରହିବେ।

ଧନୁ: ଅଫିସରେ ଅଧିକାରୀଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ବଢ଼ାଇବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।

ମକର: ଆପଣଙ୍କ ମନରେ ଅଚାନକ କୌଣସି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କୁମ୍ଭ: ଆପଣଙ୍କ ମନ ଶାନ୍ତ ରହିବ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆପଣଙ୍କ ଯୋଗାଯୋଗ ତାଲିକାରେ କିଛି ନୂଆ ଯୋଡ଼ିବେ। ବ୍ୟବସାୟରେ ଦି’ଗୁଣା ବୃଦ୍ଧି ହେବାର ଯୋଗ ରହିଛି।

ମୀନ: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅନ୍ୟମାନଙ୍କର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ।

ସମ୍ବନ୍ଧିତ ଖବର