ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ଜୀବନସାଥୀଙ୍କ ସହିତ ବ୍ୟବସାୟ ନେଇ କଥା ହୋଇପାରନ୍ତି। ସମସ୍ୟାର ସମାଧାନ ସହଜରେ ବାହାରିଯିବ। କାହାରିକୁ ଧାର ଦିଅନ୍ତୁ ନାହିଁ।

 

ବୃଷ: ମାନସିକ ରୂପେ ସୁସ୍ଥ ରହିବେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଜମି ବିକ୍ରିରୁ ଆପଣଙ୍କୁ ଲାଭ ହେବ। ବ୍ୟବସାୟୀଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।

ମିଥୁନ: ପରିବାରର ଜରୁରୀ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ। ବ୍ୟବସାୟ ସ୍ଥାନାନ୍ତର ଲାଗି ଯୋଜନା କରିପାରନ୍ତି। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ।

କର୍କଟ: ଅଫିସରେ ବାକିଥିବା କାମ ସଂପୂର୍ଣ୍ଣ ହୋଇଯିବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଉତ୍ତମ। ଜୀବନସାଥୀଙ୍କ ସହିତ ଭଲରେ ସମୟ କାଟିବେ।

ସିଂହ: ଶୁଭ ଖବର ପାଇବାର ସମ୍ଭାବନା ଅଛି। ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଅଫିସର ପରିବେଶ ଭଲ ରହିବ। ପ୍ରସାଧନ ବ୍ୟବସାୟୀଙ୍କର ଉନ୍ନତି ହେବ।

କନ୍ୟା: ବାଟରେ ଯିବାବେଳେ ବନ୍ଧୁ ସହିତ ଭେଟ ହେବ। ପୁରୁଣା ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। କୃଷିଜୀବୀଙ୍କୁ ଲାଭ ମିଳିପାରେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ତୁଳା: ବ୍ୟବସାୟ କାମରେ ଭାଗୀଦାରଙ୍କ ସହଯୋଗ ପାଇବେ। ପ୍ରତ୍ୟେକ ଜିନିଷକୁ ଭଲଭାବେ ସମ୍ଭାଳି ନେବେ। ବିବାହିତଙ୍କୁ ସୁଖ ପ୍ରାପ୍ତି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ବିଛା: ଆପଣଙ୍କ କାମ କରିବା ଶୈଳୀ ଲୋକମାନଙ୍କୁ ପସନ୍ଦ ଆସିବ। କବିମାନେ କବିତା ପାଠ କରିବାର ସୁଯୋଗ ପାଇବେ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିପାରେ।

 

ଧନୁ: ଉନ୍ନତି ପାଇଁ ନୂଆ ସାଧନ ମିଳିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟରେ ସବୁ କିଛି ଭଲ ହେବ। ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ବିନମ୍ର ରହିବେ।

 

ମକର: ଆପଣ ଆଖପାଖର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ପରିସର ବୃଦ୍ଧି ପାଇବ। ଚାକିରି ପାଇଁ ବଡ଼ କଂପାନିରୁ ଇମେଲ୍ ଆସିପାରେ। ବାହାରକୁ ବୁଲି ଯାଇପାରନ୍ତି।

 

କୁମ୍ଭ: ଘନିଷ୍ଠ ଲୋକଙ୍କ ସାହଯ୍ୟରେ ଅଶାନ୍ତି ଦୂର ହେବ। ବିଦେଶର କଂପାନିରେ ଆପଣ ଅଂଶୀଦାର ହୋଇପାରନ୍ତି। ମନୋରଂଜନରେ ଅଧିକ ସମୟ ଏବଂ ଅର୍ଥ ବ୍ୟୟ କରନ୍ତୁ ନାହିଁ।

ମୀନ: ଜୀବନରେ କୌଣସି ପରିବର୍ତ୍ତନ ଆଣିବା ଲାଗି ଭାବିବେ। ଅଚାନକ ଅର୍ଥ ମିଳିବ। ପରିବାର ଲୋକଙ୍କ ଆ‌ବଶ୍ୟକତାକୁ ପୂରା କରିବେ। ପ୍ରେମୀଯୁଗଳଙ୍କର ସମ୍ବନ୍ଧରେ ମଧୁରତା ଆସିବ।

ସମ୍ବନ୍ଧିତ ଖବର