ମେଷ: ଆପଣଙ୍କ ବାଣୀ ଅଧିକ ମଧୁର ହେବ। ସନ୍ତାନ ପକ୍ଷରୁ ସୁଖଦ ଅନୁଭୂତି ହେବ। ପ୍ରତିଟି ପଦକ୍ଷେପରେ ବନ୍ଧୁର ସାହାଯ୍ୟ ପାଇବେ। ବ୍ୟବସାୟିକ ସଫଳତାରେ ଆପଣଙ୍କୁ ଖୁସି ମିଳିବ।
ବୃଷ: ହସମଜା ପରିବାର ପରିବେଶକୁ ଅଧିକ ମନୋରମ କରିବ। ସରକାରୀ ଚାକିରିଆ ସୁଖଦ ପରିବର୍ତ୍ତନ ଅନୁଭବ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ମିଥୁନ: କୌଣସି କାମ ପାଇଁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଦାନ ପୁଣ୍ୟରେ ରୁଚି ବଢ଼ିବ। ବେପାରୀବର୍ଗଙ୍କୁ ଅଧିକ ଲାଭ ହେବ। ନୂଆ ଚାକିରିର ଅବସର ମିଳିବ।
କର୍କଟ: ଅଫିସ କାମରେ ବ୍ୟସ୍ତ ରହିବେ। ନିଜର କଥାକୁ ଅନ୍ୟମାନଙ୍କ ଆଗରେ ସକାରାତ୍ମକ ଢଙ୍ଗରେ ରଖନ୍ତୁ। ନୂଆ ଜିନିଷ କିଣିବେ। ଛାତ୍ର ପରୀକ୍ଷାରେ ଭଲ କରିବେ।
ସିଂହ: ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କୁ ଲାଭ ହେବ। ସନ୍ଧ୍ୟାରେ ବାହାରେ ଭୋଜନ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ପ୍ରେମୀଯୁଗଳ ପରସ୍ପରଙ୍କୁ ଉପହାର ଦେବେ।
କନ୍ୟା: ନୂଆ ଲୋକଙ୍କ ସହିତ ଆପଣ ସଂପର୍କ ଯୋଡ଼ିବେ। ଆମଦାନି ବୃଦ୍ଧି ହେବ। ସାବଧାନତାର ସହ ଯାନ ଚଳାଇବା ଆବଶ୍ୟକ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ।
ତୁଳା: ଚାକିରିରେ ଉନ୍ନତିର ଅବସର ମିଳିବ। ପରିଶ୍ରମର ଲାଭ ପାଇବେ। ପରିବାର ଲୋକଙ୍କ ମନ ବୁଝି ସହଯୋଗ କରିବେ। ବନ୍ଧୁ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ।
ବିଛା: ନିଜ ଭୁଲ୍ ସୁଧାରିବାର ଦିନଟିଏ। କାରବାରରେ ନିଜ ପରିଶ୍ରମ ବଳରେ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀଙ୍କୁ ସିନିଅରଙ୍କ ଠାରୁ କିଛି ନୂଆ ଶିଖିବାକୁ ମିଳିବ।
ଧନୁ: ଭଲ କଂପାନିରେ ଚାକିରି ପାଇବେ। କାହାରିକୁ ଦେଇଥିବା ଧାର ଅର୍ଥ ଫେରସ୍ତ ପାଇବେ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।
ମକର: ଦିନଟି ବ୍ୟସ୍ତତାରେ ପରିପୂର୍ଣ୍ଣ ରହିବ। ଲୋକ ଆପଣଙ୍କ କାମର ପ୍ରଶଂସା କରିବେ। ପିଲାଙ୍କୁ ନେଇ ସପିଂ ମଲ୍ ଯିବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବା କଥା ଭାବିବେ।
କୁମ୍ଭ: ସଫ୍ଟୱେର୍ ଇଂଜିନିଅର୍ଙ୍କୁ ପଦୋନ୍ନତି ମିଳିପାରେ। ବନ୍ଧୁଙ୍କୁ ଦେଇଥିବା ଧନ ଫେରସ୍ତ ପାଇବେ। ନକାରାତ୍ମକ ବିଚାର ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମୀନ: କୌଣସି ଶୁଭ ଖବର ପାଇବେ। ଧନଲାଭର ଅବସର ପାଇବେ। ସୁଯୋଗ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ବେପାରରେ ଅନୁକୂଳ ସ୍ଥିତି ବଜାୟ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।