ମେଷ: ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ପରିଶ୍ରମ ଆପଣଙ୍କ ଜୀବନରେ ସଫଳତାର ଆନନ୍ଦ ଭରି ଦେବ। ପାରିବାରିକ ଜୀବନ ସୁଖମୟ ରହିବ। 

Advertisment

ବୃଷ: କାହାରି ସହିତ ତର୍କବିତର୍କ କରନ୍ତୁ ନାର୍ହି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀ କୌଣସି ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରନ୍ତି।

ମିଥୁନ: ନୂଆ ଗାଡ଼ି କିଣିବା ଲାଗି ଦିନଟି ଭଲ। ଘର ସଜାଇବା ପାଇଁ ଉପକରଣ କିଣି ପାରନ୍ତି। କୌଣସି ନୂଆ ପ୍ରୋଜେକ୍ଟରେ କାମ କରିପାରନ୍ତି। ରାଜନୀତିରେ ସଫଳତା ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। 

କର୍କଟ: ମାଟି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପରିଶ୍ରମ ଓ ବ୍ୟବହାର କାରଣରୁ ଧନଲାଭ ହେବ। ପାରିବାରିକ ସୁଖ ଶାନ୍ତିରେ ଲାଭ ହେବ। ସୁସମ୍ବାଦ ପାଇବେ। ବନ୍ଧୁର ସମାରୋହକୁ ଯାଇପାରନ୍ତି। 

ସିଂହ: ଆର୍ଥିକ ସ୍ଥିତି ସୁଦୃଢ଼ ବଜାୟ ରହିବ। ବେପାରରେ ଲାଭ ମିଳିବା ଯୋଗ ଅଛି। ଅଫିସରେ କତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେଇପାରନ୍ତି। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। 

କନ୍ୟା: କୌଣସି କାମକୁ ସଂପୂର୍ଣ୍ଣ କରିବା ପ୍ରୟାସରେ ସଫଳ ହେବେ। ଅଫିସରେ ସରଳତାରେ କାମ କରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ଉନ୍ନତି ହେବ। କୌଣସି ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭ ମିଳିପାରେ। 

ତୁଳା: କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଆୟର ନୂଆ ଉତ୍ସ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀଠୁ ବହୁତ ସାରା ପ୍ରେମ ପାଇବେ। ଶିକ୍ଷାର୍ଥୀ ପରିଶ୍ରମର ସଫଳତା ପାଇବେ। 

ବିଛା: ମନୋବଳର ସ୍ତର ଭଲ ରହିବା କାରଣ କାର୍ଯ୍ୟର ଗତି ଭଲରେ ଆଗକୁ ବଢ଼ିବ। ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଟଙ୍କାପଇସା ନେବା ଦେବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ: କାର୍ଯ୍ୟରେ ସଫଳତା ହାସଲ କରିବେ। ବିଦେଶ କଂପାନିରୁ ଚାକିରିର ସୁଯୋଗ ଆସିପାରେ। ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ବେପାରରେ ବେଗ ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ। 

ମକର: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟ ଆଡ଼କୁ ରହିବ। ବାପା ମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବ୍ୟବସାୟରେ ଧନଲାଭ ହେବ। ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧ ଉପରକୁ ଆସିପାରେ। 

କୁମ୍ଭ: ହଜିଥିବା ପୁରୁଣା ବସ୍ତୁ ମିଳିପାରେ। କାନୁନ ମାମଲାରେ ଜୟଲାଭ କରିବେ। ଜୀବନସାଥୀଠୁ ଉପହାର ପାଇବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ବାଂଛିତ ଲାଭ ମିଳିପାରେ। ପ୍ରେମ ଜୀବନ ମଧୁର ହେବ। 

ମୀନ: ବଡ଼ ମାମଲାରେ ସହମତି ଓ ସହଯୋଗ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ନିବେଶ କରିବା ପୂର୍ବରୁ ଆପଣଙ୍କ ଠାରୁ ବଡ଼ଙ୍କର ମତ ନିଅନ୍ତୁ। ନବ ବିବାହିତଙ୍କ ଲାଗି ଦିନଟି ଭଲ। ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ।