ମେଷ: ଆପଣ ଲକ୍ଷ୍ୟପ୍ରାପ୍ତି ପାଇଁ ସକ୍ରିୟ ରହିବେ। କ୍ୟାରିୟରରେ ଉତ୍ତମ ପରିଣାମ ମିଳିବାର ଯୋଗ ଅଛି। ରାଜନୀତି କ୍ଷେତ୍ରରେ ଥିବାଲୋକ ସାମାଜିକ ସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ। 

Advertisment

ବୃଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ବାଧାର ସମାଧାନ ଲାଗି ମାର୍ଗ ଖୋଜିନେବେ। ଆପଣ ସକାରାତ୍ମକ ଶକ୍ତି ସହ ଆଗକୁ ବଢ଼ିବେ। ବୈବାହିକ ଜୀବନ ଭଲ ରହିବ। ଛାତ୍ରଛାତ୍ରୀ କୌଣସି ଶୁଭ ଖବର ପାଇବେ। 

ମିଥୁନ: ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଚାକିରିରେ ପଦୋନ୍ନତି ସହ ବଦଳି ହେବାର ସମ୍ଭାବନା। ଆର୍ଥିକ ସ୍ଥିତିରେ ସୁଧାର ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଭଲ ଚାକିରି ପାଇବେ। 

କର୍କଟ: ଆପଣଙ୍କୁ ମନ ଚାହୁଁଥିବା କାମରେ ସଫଳତା ମିଳିପାରେ। ବ୍ୟବସାୟରେ ଭଲ ପରିଣାମ ପାଇବେ। ଚାକିରିରେ ଭଲ ଜାଗାକୁ ବଦଳି ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ। 

ସିଂହ: ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ଢ଼ଳି ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଆପଣଙ୍କର ପୂରା ଧ୍ୟାନ କାମରେ ଲାଗାଇବେ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। 

କନ୍ୟା: କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଆପଣଙ୍କ ସମସ୍ୟାର ସମାଧାନ ହେବ। ଚାକିରିରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ଅଧିକାରୀଙ୍କ ଠାରୁ ପୁରସ୍କାର ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। 

ତୁଳା: ଆପଣଙ୍କ ମନ ଶାନ୍ତ ରହିବ ଆଉ ମନରେ ନୂଆ ନୂଆ ବିଚାରର ସମାବେଶ ହେବ। ବ୍ୟବସାୟୀ ଭଲ ଖବର ପାଇବେ। ବୈବାହିକ ଜୀବନ ସୁଖମୟ ରହିବ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ। 

ବିଛା: ଦିନଟି ବ୍ୟସ୍ତତାରେ କଟିବ। ଆପଣ ନିଜର ସ୍ଥିତି ମଜଭୁତ କରି ପାରିବେ। ବ୍ୟବସାୟରେ ବୃଦ୍ଧି ହେବ। ଟଙ୍କପାଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ‌ 

ଧନୁ: ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି। ବୈବାହିକ ଓ ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବା ଲାଗି ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। 

ମକର: ଦିନଟି ଆପଣଙ୍କ କ୍ୟାରିୟରରେ ପରିବର୍ତ୍ତନ ଆଣିପାରେ। ଆମଦାନି ବୃଦ୍ଧି ହେବ। ଅର୍ଥ ସଂଚୟ କରିପାରନ୍ତି। ଆପଣଙ୍କର ବିଦେଶ ଯିବାର ସ୍ବପ୍ନ ପୂରା ହେବ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପଢ଼ନ୍ତୁ। 

କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ। ବେପାରରେ ଲାଭ ହେବାର ସମ୍ଭାବନା। ସଂଚ‌ାର କ୍ଷେତ୍ରରେ ଥିବା ଲୋକ ଲାଭ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ଅଧ୍ୟୟନରେ ଭଲ ପରିଣାମ ପାଇବେ। 

ମୀନ: ଆପଣଙ୍କ ଖଟଣିରେ ଚାକିରିରେ ଭଲ ପରିଣାମ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ହାଇସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିପାରେ।