ମେଷ: ଗ୍ରାଫିକ ଡ଼ିଜାଇନିଙ୍କ ଲାଗି ଦିନଟି ଲାଭଦାୟକ। ଦରମା ବୃଦ୍ଧିର ଖବର ପାଇବେ। ପରିବାର ସମାରୋହରେ ବନ୍ଧୁ ବାନ୍ଧାବଙ୍କ ସହିତ ମିଶିବେ। କୌଣସି ଖୁସି ଖବର ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ।
ବୃଷ: ସମୟର ଅପପ୍ରୟୋଗ କରନ୍ତୁ ନାହିଁ। ସୋଫ୍ଟୟର ଇଂଜିନିୟର କୌଣସି ପ୍ରୋଜେକ୍ଟ ପାଇପାରନ୍ତି। ମାନସିକ ଅଶାନ୍ତି ସମାପ୍ତ ହେବ। ପରିବାର ତଥା ସମାଜ ଲୋକ ଲାଗି ବହୁତ ସାହାଯ୍ୟକାରୀ ହେବେ।
ମିଥୁନ: ବ୍ୟାଙ୍କ ସହ ଜଡ଼ିତ କାମ ସଂପୂର୍ଣ୍ଣ କରିପାରିବେ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମୀ ଯୁଗଳଙ୍କ ଜୀବନରେ ଖୁସି ଆସିବ। ଆପଣଙ୍କ ପିଲା କୌଣସି ମନ ପସନ୍ଦର ପୋଷାକ ପିନ୍ଧିବା ଲାଗି ଜିଦ୍ କରିବେ।
କର୍କଟ: ତରବରିଆରେ କୌଣସି କାମ କଲେ କ୍ଷତି ହୋଇପାରେ। ନୂଆ କାରବାରରେ ଭଲ ଲାଭ ହେବ। ଜୀବନସାଥୀ ଲାଗି କିଛି ବିଶେଷ କରି ପାରନ୍ତି। ପ୍ରିୟଜନଙ୍କୁ ନିଜର ଜରୁରୁତ କଥା କହିବେ।
ସିଂହ: ଅଫିସରେ କୌଣସି କାମରେ ବରିଷ୍ଠଙ୍କର ସହଯୋଗ ପାଇବେ। ଜୀବନବୀମା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଆଶା ପୂରଣ ହେବ। ଭଲ ଲାଭ ହେବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।
କନ୍ୟା: ପରିବାର ଲୋକଙ୍କୁ ନିଜର ସମସ୍ୟା ବିଷୟରେ ଅବଗତ କରାଇବେ। ବ୍ୟବସାୟ ସମାରୋହରେ ସାମିଲ ହେବାର ଆପଣ ମଉକା ପାଇବେ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ।
ତୁଳା: ଅଫିସରେ କାମର ବୋଝ ଅଧିକ ହୋଇପାରେ। ବୈବାହିକ ଜୀବନରେ ଭ୍ରାନ୍ତ ଧାରଣା ଦୂର ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ମଉକା ପାଇବେ।
ବିଛା: ବନ୍ଧୁମାନଙ୍କ ସହିତ ମଉଜ ମସ୍ତି କରିବେ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ କୌଣସି କଥାର ଉଲ୍ଲାସର ବାତାବରଣ ରହିବ।
ଧନୁ: ବେପାରୀଙ୍କ ଲାଗି ସ୍ଥିତି ଭଲ ରହିବ। ବିବାହ କଥାବର୍ତ୍ତା ଲାଗି ରହିଥିବା ବାଧା ଦୂର ହେବ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। ଚାକିରିରେ ପଦୋନ୍ନତି ଯୋଗ ଅଛି।
ମକର: ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଭଲ ଆୟ ହେବ। କଲେଜ ପ୍ରୋଜେକ୍ଟ ପୂରା କରିବାରେ ବନ୍ଧୁର ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ରହିବ। ସଡ଼କରେ ଧ୍ୟାନପୂର୍ବକ ଚାଲନ୍ତୁ।
କୁମ୍ଭ: ପରୀକ୍ଷା ଫଳ ଆପଣଙ୍କ ଆଶାନୁରୂପ ଆସିବ। କୌଣସି ଫଇସଲା କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ଆପଣଙ୍କୁ ଲାଭର ଅବସର ମିଳିବ। ଅଫିସରେ ସମାରୋହର ପରିବେଶ ସୃଷ୍ଟି ହେବ।
ମୀନ: ଅଫିସରେ କାମର ଅଧିକତା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟ ଆଡ଼କୁ ଆପଣଙ୍କ ମନ ଟାଣିବ। ବ୍ୟାଙ୍କ କାର୍ଯ୍ୟ ଲାଗି ଭଲ ଯୋଗ ଅଛି। ଅନଲାଇନି ବ୍ୟବସାୟୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ।