ମେଷ: ବ୍ୟବସାୟରେ ଏବେ ଗତିବିଧି ସୁଚାରୁରୂପେ ଚାଲିବ। ଆପଣଙ୍କର ସାକ୍ଷାତ କୌଣସି ଅଜଣା ଲୋକଙ୍କ ସହିତ ହେବ। ଭବିଷ୍ୟତରେ ସିଏ ଆପଣଙ୍କ ଲାଗି ଲାଭପ୍ରଦ ହେବେ। ଅଫିସ କାମରେ ବ୍ୟସ୍ତ ରହିବେ।  ‌

Advertisment

ବୃଷ: ନିଜ କାମରେ ଅଧିକ ଧ୍ୟାନ ଦିଅନ୍ତୁ। ଅଫିସର ବନ୍ଧୁ ସହିତ ବୁଲି ଯିବାର ଯୋଜନା କରିବେ। ଭାବିଥିବା କାମର ଲାଭ ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଛାତ୍ର କିଛି ନୂଆ ଶିଖିବାକୁ ପାଇବେ। ‌

ମିଥୁନ: ପରିବାରରେ ଆପଣଙ୍କର ଭଲ କାମ ପାଇଁ ପ୍ରଶଂସା ହେବ। ଆପଣଙ୍କ ପାଖରେ ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଭଲ ମଉକା ହେବ। ପୂର୍ବରୁ ଯେଉଁ ଲୋକଙ୍କର ସାହାଯ୍ୟ କରିଥିଲେ ସେ ଆଜି କାମରେ ଆସିବେ। 

କର୍କଟ: ଆଳସ୍ୟ ତ୍ୟାଗ କରି କାମରେ ମନ ଲଗାନ୍ତୁ। ଦାମ୍ପତ୍ୟ ଜୀବନରେ ଭଲ ସାମଞସ୍ୟ ରହିବ। ବ୍ୟବସାୟ ବଢ଼ାଇବାର ଯୋଜନା କରିବା ପାଇଁ ଭଲ ଦିନଟିଏ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ‌

ସିଂହ: ଭାବିଥିବା କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ମାନସିକ ଅଶାନ୍ତି ଦୂର କରିବା ପାଇଁ ଉପାୟ ପାଇବେ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ଉତ୍ସାହିତ ରହିବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ‌

କନ୍ୟ‌ା: ଦାୟିତ୍ବକୁ ଭଲଭାବେ ତୁଲାଇବାରେ ସଫଳ ହେବେ। ଆପଣଙ୍କୁ କୌଣସି ସମସ୍ୟାର ସମାଧାନ ମିଳିପାରେ। ପ୍ରତ୍ୟେକ ମାମଲାରେ ସକାରାତ୍ମକ ରହିବାକୁ ହେବ। ଫାଲତୁ ଖର୍ଚ୍ଚ କମ୍ ହୋଇପାରେ। 

ତୁଳା: ଆପଣ ଧାର୍ମିକ ଗତିବିଧିରେ ସାମିଲ ହୋଇପାରନ୍ତି। ଜରୁରୀ କାମରେ ଜ୍ଞାନୀ ବ୍ୟକ୍ତିଙ୍କ ସହିତ ବିଚାର କରିବେ। କୋର୍ଟ କଚେରି ମାମଲାଠୁ ଦୂରରେ ରହନ୍ତୁ। ପରିବାରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। 

ବିଛା: ଶାନ୍ତିରେ କାମଧନ୍ଦା ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ। ଅନ୍ୟମାନଙ୍କୁ ବୁଝିବାରେ ବହୁ ପରିମାଣର ସଫଳତା ପାଇବେ। ପରିବାର କାମରେ ଅର୍ଥ ଲଗାଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। 

ଧନୁ: ନିଜ କାମରେ ଅନ୍ୟମାନଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ସକାରାତ୍ମକ ଭାବନା ଆପଣଙ୍କ ଲାଗି ହିତକର ସାବ୍ୟସ୍ତ ହେବ। ଜୀବନସାଥୀ ସହିତ ମଧୁରତା ବଜାୟ ରହିବ। ବିଜ୍ଞାନ ଛାତ୍ର ସଫଳତା ପାଇବେ।  

ମକର: ବୟୋଜ୍ୟେଷ୍ଠ ବା ବରିଷ୍ଠ ବ୍ୟକ୍ତି ଆପଣଙ୍କୁ ଠିକ୍ ପରାମର୍ଶ ଦେବେ। ଅନ୍ୟମାନଙ୍କ କଥା ବୁଝିବା ଲାଗି ମନସ୍ଥ କରି ଚାଲନ୍ତୁ। ଜୀବନସାଥୀ ଆପଣଙ୍କ କାମରେ ସହଯୋଗ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। 

କୁମ୍ଭ: ଅଫିସରେ କାମ ଅଧିକ ରହିବ। ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହେବେ। ଗୃହସ୍ଥ ଜୀବନରେ ଦାୟିତ୍ବ ତୁଲାଇବେ। ଖାଦ୍ୟ ପାନୀୟ ପ୍ରତି ନିୟନ୍ତ୍ରଣ ରଖନ୍ତୁ। ରାଜନୀତିରେ ସଫଳତା ପାଇବେ। 

ମୀନ: ବ୍ୟବହାରରେ ବିନମ୍ରତା ଆପଣଙ୍କୁ ସଫଳତା ଆଣିଦେବ। ରୋଜଗାରର ନୂଆ ଉପଲବ୍ଧି ମିଳିବାର ଯୋଗ ଅଛି। ଆପଣଙ୍କର ପାରିବାରିକ ଦାୟତ୍ବ ବୃଦ୍ଧି ହେବ। ବ୍ୟବସାୟରେ ଆପଣଙ୍କୁ ଲାଭ ହୋଇପାରେ। 

horoscope