ମେଷ: କାମ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ। ଟଙ୍କାପଇସା ଦିଆ ନିଆ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବେ। ଛାତ୍ରଛାତ୍ରୀଙ୍କର କିଛି ସପ୍ନ ସାକାର ହେବ।
ବୃଷ: ଆପଣଙ୍କ ମନ ଭାବନାତ୍ମକ ରୂପେ ଅଧିକ ମଜଭୁତ ରହିବ। ଆପଣ କୌଣସି ସହକର୍ମୀ ବା ବନ୍ଧୁଙ୍କୁ ସହାୟତା କରିପାରନ୍ତି। ବେପାର ପାଇଁ ଯାହା କରିବେ ସେଥିରେ ଲାଭ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମିଥୁନ: ବେପାର ବଢ଼ାଇବା ଲାଗି କିଛି ନୂଆ କାମ କରି ପାରନ୍ତି। ଯାହାଦ୍ବାରା ଧନଲାଭ ହେବ। ଘରକୁ କୁଣିଆ ଆସି ପାରନ୍ତି। ଅଫିସରେ ଆପଣଙ୍କ ଦେଖି କତୃପକ୍ଷ ଖୁସି ରହିବେ। ପଦୋନ୍ନତି କରି ପାରନ୍ତି।
କର୍କଟ: ଆପଣଙ୍କ ମନ କୌଣସି କଥାକୁ ନେଇ ପ୍ରସନ୍ନ ରହିବ। ଜୀବନସାଥୀ ସହିତ ମନାନ୍ତର ସମାପ୍ତ ହୋଇଯିବ। ଆପଣଙ୍କ କ୍ୟାରିୟର ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି।
ସିଂହ: ଅଫିସରେ ମନ ଲଗାଇ କାମ କରିବେ। ପଦୋନ୍ନତି ଯୋଗ ରହିଛି। ଆଜି ପାଇଁ ବ୍ୟବସାୟରେ କୌଣସି ପ୍ରକାର ଅଦଳବଦଳ କରନ୍ତୁ ନାହିଁ। ରାଜନୀତି କାର୍ଯ୍ୟରେ ଆପଣଙ୍କ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ।
କନ୍ୟା: ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ସମାଜରେ ମାନ ସମ୍ମାନ ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତି କୌଣସି କାମ ପୂରା କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ।
ତୁଳା: ବେପାରରେ ଅଚାନକ ଧନଲାଭ ହେବ। ପରିବାରରେ ଖୁସି ଆସିବ। ବୈବାହିକ ଜୀବନରେ ସାମଞସ୍ୟ ବଜାୟ ରହିବ। ଆପଣ ଅନ୍ୟ ସହିତ କଥା ହେବାବେଳେ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା: ଅଟୋମୋବାଇଲି କ୍ଷେତ୍ରରେ ଥିବା ଲୋକଙ୍କୁ ବଢ଼ିଆ ଧନଲାଭ ହେବ। ଆତ୍ମବିଶ୍ବାସ ବଢ଼ିବ। ସେହି କାମ ପୂରା ହେବ ଯେଉଁ କାମରେ ପରିଶ୍ରମ କରି ଆସୁଛନ୍ତି। ପ୍ରେମ ଜୀବନ ଭଲ ରହିବ।
ଧନୁ: କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଯୋଜନା କରି ପାରନ୍ତି। ଚାକିରିରେ ବଦଳି ହୋଇପାରେ। ଖେଳାଳୀ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ କୌଶଳ ଶିଖିବେ। ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମକର: ବସ୍ତ୍ର ବ୍ୟବସାୟୀଙ୍କର ଯଥେଷ୍ଟ ଧନଲାଭ ହେବ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। ବଜାରକୁ ଜିନିଷ କିଣିବାକୁ ଯିବାବେଳେ ଲିଷ୍ଟ କରି ନିଅନ୍ତୁ। ସରକାରୀ ଚାକିରିଆ ନିଜ କାମରେ ସନ୍ତୁଷ୍ଟ ରହିବେ।
କୁମ୍ଭ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ଅଫିସରେ ସାବଧାନତାର ସହ କାମ କରନ୍ତୁ। ବାଦବିବାଦ ଠାରୁ ଦୂରରେ ରୁହନ୍ତୁ। ପରିବାରରେ ପ୍ରସନ୍ନତା ଦାୟକ ବାତାବରଣ ରହିବ। ପ୍ରେମ ଜୀବନ ମଧୁର ହେବ।
ମୀନ: ନିଜ ପାଇଁ ଘର ଓ ଜମି କିଣିବା ଲାଗି ଦିନଟି ଶୁଭ। ରଚନାତ୍ମକତା କାର୍ଯ୍ୟରେ ବଢ଼ିଆ ସଫଳତା ପାଇବେ। ସନ୍ତାନର ଉପରେ ଗର୍ବ କରିବାର ଅବସର ପାଇବେ। ଆପଣଙ୍କ ସାକ୍ଷାତ ଅନ୍ତରଙ୍ଗ ବନ୍ଧୁ ସହିତ ହେବ।