ମେଷ: ମନପ୍ରାଣ ଢ଼ାଳି କରିଆସୁଥିବା କାମରେ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କୁ ନୂଆା ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ। ବଡ଼ଙ୍କ ସହଯୋଗ ଆପଣଙ୍କ କ୍ୟାରିୟରକୁ ଆଗକୁ ବଢ଼ାଇବ।
ବୃଷ: ଆପଣ ନିଜର ଦାୟିତ୍ବ ଭଲଭାବେ ତୁଲାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଦାୟିତ୍ବ ମିଳିବ। ଶିକ୍ଷକ କିଛି ନୂଆ ଶିଖିବାକୁ ପାଇବେ।
ମିଥୁନ: ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। କୌଣସି ନିଷ୍ପତ୍ତି ନେବାରେ ମୁସ୍କିଲ ହେବ। କୌଣସି କାମରେ ଅନୁମାନଠୁ ଅଧିକ ଲାଭ ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
କର୍କଟ: ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। ଭାବୁକତାରେ ଆସି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଭାଗୀଦାରିରେ କୌଣସି ଡ଼ିଲ୍ କରିବା ଆପଣଙ୍କ ଲାଗି ଲାଭଦାୟକ ରହିବ।
ସିଂହ: ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। କୌଣସି ସାମାଜିକ ସମାରୋହକୁ ଯିବାର ମଉକା ପାଇବେ। ଅଫିସରେ କାମକୁ ନେଇ କତୃପକ୍ଷ ପ୍ରଶଂସା କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦେବେ।
କନ୍ୟା: ପିଲାଙ୍କ ଠାରୁ କୌଣସି ଶୁଭ ଖବର ପାଇବେ। କୌଣସି ସୃଜନଶୀଳ କାର୍ଯ୍ୟରେ ଆପଣଙ୍କର ପ୍ରଶଂସା ହେବ। ଫିଲ୍ମ ଜଗତରେ ଲୋକଙ୍କୁ ବଡ଼ ପ୍ରୋଜେକ୍ଟ ମିଳିବ। ଘରେ ଖୁସିର ମାହୋଲ ରହିବ।
ତୁଳା: ଅଫିସରେ ସହକର୍ମୀ ଆପଣଙ୍କ ଠାରୁ କିଛି ଶିଖିବାକୁ ଚାହିଁବେ। ବେକାରଙ୍କୁ ରୋଜଗୋର ମିଳିପାରେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ। ଛାତ୍ର କଂପ୍ୟୁଟର ପାଠ୍ୟକ୍ରମ ଶିଖିବାକୁ ମନସ୍ଥ କରିବେ।
ବିଛା: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ ହେବା ଯୋଗୁଁ ପରିବାର ଲୋକଙ୍କ ସହିତ ଘରେ ସମାରୋହ କରିବେ। ଚାକିରିଜୀବୀ ସହକର୍ମୀଙ୍କର ପୂରା ସହଯୋଗ ପାଇବେ। ଶିକ୍ଷକଙ୍କ ଲାଗି ଦିନଟି ଭଲ।
ଧନୁ: ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ଅନଲାଇନିରେ ବେପାର କରିବା ଲାଗି ଯୋଜନା କରିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଉପରେ ଭରସା ବନାଇ ରଖନ୍ତୁ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।
ମକର: ଦିନଟି ଆପଣଙ୍କ ଲାଗି ବହୁତ ସକ୍ରିୟ ରହିବ। ଘର କାମରେ ପରିଜନଙ୍କର ସହଯୋଗ ପାଇବେ। ବନ୍ଧୁ ସହିତ ଯିବାକୁ ଥିବା ଭ୍ରମଣର ଯୋଜନା ବାତିଲ ହେବ। ଦୋକାନଦାରଙ୍କ ଲାଗି ଦିନଟି ଭଲ।
କୁମ୍ଭ: ଦିନଟି ଭଲ ରହିବ। ଆପଣଙ୍କ କାମରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ଚାକିରିରେ ପଦୋନ୍ନତି ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ରାଜନୀତିରେ ସଫଳତା ପାଇବେ।
ମୀନ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। କାଷ୍ଠ ତିଆରି ଜିନିଷ କିଣିବା ଲାଗି ଦିନଟି ଶୁଭ। ଭାଗୀଦାରି ସହିତ ବସି ବେପାର ବଢ଼ାଇବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
horoscope