ମେଷ: ଆପଣଙ୍କ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ବେପାରରେ ଉନ୍ନତି ହେବ। ବକେୟା ଅର୍ଥ ପାଇବେ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। 

Advertisment

ବୃଷ: କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ କରିପାରନ୍ତି। କୌଣସି ସୁଯୋଗ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଚାକିରିଜୀବୀ ମନ ଚାହୁଁଥିବା ଜାଗାକୁ ବଦଳିର ସୁଯୋଗ ପାଇବେ। ଆପଣଙ୍କର ରୁଚି ସାମାଜିକ କାର୍ଯ୍ୟରେ ଅଧିକ ରହିବ। 

ମିଥୁନ: ସ୍ବାସ୍ଥ୍ୟ ଠକ୍ ରହିବ, କାମରେ ମନ ଲାଗିବ। ବେପାରରେ ବଡ଼ ଅର୍ଡ଼ର ପାଇପାରନ୍ତି। ପରିବାରରେ ଜଟିଲତାକୁ ସମାଧାନ କରିବାରେ ବନ୍ଧୁର ସାହାଯ୍ୟ ନିଅନ୍ତୁ। ଛାତ୍ରଛାତ୍ରୀଙ୍କର ପାଠପଢ଼ାର ବାଧା କାହାରି ମାଧ୍ୟମରେ ଦୂର ହେବ। 

କର୍କଟ: ସୁନା ଚାନ୍ଦି ବେପାରୀଙ୍କର ଯଥେଷ୍ଟ ଲାଭ ହେବ। ଆପଣ ନିଜକୁ ଖୁବ୍ ଆରାମ ଅନୁଭବ କରିବେ। ଅଫିସର କୌଣସି କାମରେ ବାହାରକୁ ଯିବାକୁ ପଡ଼ିପାରେ। ବୈବାହିକ ଜୀବନ ସୁଖମୟ ହେବ। 

ସିଂହ: ନିତିଦିନିଆ କାମ ସଂପୂର୍ଣ୍ଣ ହୋଇପାରେ। ଆଖପାଖର ଲୋକଙ୍କ ସାହାଯ୍ୟ ସହଯୋଗ ପାଇବେ। ସନ୍ଧ୍ୟାରେ ଜୀବନସାଥୀ ସହିତ ଆନନ୍ଦଦାୟକ ସମୟ ଅତିବାହିତ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କନ୍ୟା: ବେପାରରେ ଅଚାନକ ଧନଲାଭ ହେବ। ବ୍ୟବସାୟିକ ସମ୍ବନ୍ଧ ମଜଭୁତ ହେବ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଛାତ୍ରଛାତ୍ରୀ ଟେଷ୍ଟ ପରୀକ୍ଷାରେ ଭଲ ନମ୍ବର ପ୍ରାପ୍ତ କରିବେ। 

ତୁଳା: ଆୟର ନୂଆ ଶିଖର ଛୁଇଁବାରେ ଅବସର ପାଇବେ। ସମ୍ବନ୍ଧ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ। ଆର୍ଥିକ ରୂପେ ମଜଭୁତ ରହିବେ। ପିଲା ସହିତ ଜିନିଷ କିଣିବା ଲାଗି ମୋଲକୁ ଯାଇପାରନ୍ତି। ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ରହିବ। 

ବିଛା: ଆପଣଙ୍କ ସକାରାତ୍ମକ ବିଚାର କାହାରିକୁ ପ୍ରଭାବିତ କରିପାରେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ। ଛାତ୍ରଛାତ୍ରୀ ଅଧ୍ୟୟନରେ କିଛି ପରିବର୍ତ୍ତନ କରି ପାରନ୍ତି। 

ଧନୁ: ବ୍ୟବସାୟ ଦୃଷ୍ଟିରୁ ଲାଭ ହେବ। କୌଣସି କାମରେ ବାପା ମାଆଙ୍କର ପରାମର୍ଶ ଲାଭପ୍ରଦ ରହିବ। କ୍ୟାରିୟର ବିଷୟରେ ଚନ୍ତା କରିବେ। ଅନ୍ୟର ସାହାଯ୍ୟ ନେଇ ପାରନ୍ତି। ବାଇକ୍ ସାବଧାନତାର ସହ ଚଳାନ୍ତୁ। 

ମକର: ଅଫିସରେ ଆପଣଙ୍କୁ ଏଭଳି କାମ ଦିଆଯିବ ଯାହାକୁ ଆପଣ ସହଜରେ ସଂପୂର୍ଣ୍ଣ କରିପାରିବେ। ଆପଣ ରୋଜଗାରର ନୂଆ ଉତ୍ସ ପାଇବେ। ଆପଣଙ୍କ ଠାରୁ ବିଶେଷଜ୍ଞ ଭଳି ପରାମର୍ଶ ନିଆ ଯାଇପାରେ। 

କୁମ୍ଭ: ନିତିଦିନିଆ ଜୀବନରେ କିଛି ନୂତନତା ଆସିବ। ଦୀର୍ଘଦିନ ପରେ ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ପିଲାମାନେ କୌଣସି ଚିତ୍ରାଙ୍କନରେ ଭାଗ ନେଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ସଫଳତାର ଦିନଟିଏ। 

ମୀନ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଲେଖକ କୌଣସି ସଂସ୍ଥା ଦ୍ବାରା ସମ୍ମାନିତ ହେବେ। କୋର୍ଟ କଚେରି ମାମଲା‌ରେ ବିଜୟୀ ହେବେ। ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ରହିବ। ପିଲାମାନେ ଖେଳକୁଦରେ ସାମିଲ ହେବେ।

horoscope