ଜାଣନ୍ତୁ ଆସନ୍ତାକାଲିର ରାଶିଫଳ


ମେଷ: ଦିନଟି ଆପଣଙ୍କୁ ଢେରସାରା ଫାଇଦା ଦେବ। ଉଚ୍ଚ ପଦାଧିକାରୀଙ୍କ ଠାରୁ ବଡ଼ ଦାୟିତ୍ଵ ମିଳିବା ଯୋଗ ରହିଛି। ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଲିଙ୍ଗରାଜ।

ବୃଷ: ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ମିତ୍ରଙ୍କ ସହିତ ସମୟ ଭଲରେ କଟିବ। ସିନେ ଦୁନିଆର ଭାଗ୍ୟ ପରୀକ୍ଷା ପାଇଁ ଦିନଟି ଶୁଭ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ମିଥୁନ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯାହା ବି କାମ କରିବେ ସଫଳତା ମିଳିବ। ଔଷଧ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯୋଜନା କରିବେ। ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ତାରିଣୀ।

କର୍କଟ: ନିଜ ଭାବନାରେ ସକାରାତ୍ମକ ବଜାୟ ରଖନ୍ତୁ। ଭାବିଚିନ୍ତି ବଡ଼ ଫଇସଲାକୁ ଅନ୍ତିମ ରୂପ ଦିଅନ୍ତୁ। ଆର୍ଥିକ ପକ୍ଷ ଦୁର୍ବଳ ହେବାରୁ ପରିବାରରେ ଅଶାନ୍ତି ଦେଖାଦେବ। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଆଖଣ୍ଡଳମଣି।

ସିଂହ: କୌଣସି କାମରୁ ଆଜି ବଡ଼ ଫାଇଦା ହେବ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ବୈଦୁତିକ ଉପକରଣ କିଣିବା ଲାଗି ଦିନଟି ଶୁଭ। ଅଧିକ ମାତ୍ରାରେ ଅଫର ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ମାନସିକ ଦୃଷ୍ଟିରୁ ଆପଣ ଅଶାନ୍ତି ମୁକ୍ତ ରହିବେ। ଆପଣଙ୍କ ପରିଶ୍ରମରୁ ଆପଣଙ୍କୁ ଯଥେଷ୍ଟ ସଫଳତା ମିଳିବ। ପ୍ରଫେସରଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସନ୍ତୋଷୀ ମାତା।

ତୁଳା: ବାପାମାଆଙ୍କ ସହଯୋଗରେ ସ୍ଥିତି ଅନୁକୂଳ ହେବ। ଭାବିଥିବା କାମ ପୂରା ହେବ। ଆଜି ଆପଣ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବେ। ଆପଣଙ୍କର ଭଲ କାମ ପାଇଁ ପଦୋନ୍ନତି ମିଳିବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

 

ବିଛା: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଲାଗିରହିଥିବା ଅସୁବିଧା ସମାପ୍ତ ହୋଇଯିବ। ଧନଲାଭର ନୂଆ ଅବସର ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

ଧନୁ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଅଫିସରେ କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ। ବ୍ୟବସାୟରେ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ପୂଜାପାଠରେ ଅଧିକ ସମୟ ବ୍ୟୟ କରିବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଉନ୍ନତି ପାଇଁ ଭିନ୍ନ ଭିନ୍ନ ରାସ୍ତା ସାମନାକୁ ଆସିବ। ବିଦେଶରେ ଶିକ୍ଷା ଲାଭ ପାଇଁ ସାଙ୍ଗର ସାହାଯ୍ୟ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହର ପାର୍ବତୀ।


କୁମ୍ଭ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଆପଣଙ୍କ ଲାଗି ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କୀଚକେଶ୍ୱରୀ।

ସମ୍ବନ୍ଧିତ ଖବର