ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଲୋକମାନଙ୍କୁ ସାହାଯ୍ୟ କରିବା ଆପଣଙ୍କ ଲାଗି ଲାଭପ୍ରଦ ହେବ। ମନସ୍କାମନା ପୂରଣ ହେବ।

ବୃଷ: ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଛାତ୍ରମାନେ ପାଠପଢ଼ାରେ ଉନ୍ନତି କରିବେ। ବନ୍ଧୁଙ୍କ ସହଯୋଗ ପାଇବେ।

ମିଥୁନ: ଅଫିସ କାମରେ ଅଧିକ ସମୟ ଲାଗିବ। ବ୍ୟବସାୟିକ କାମରେ ପ୍ରତିକୂଳ ପରିସ୍ଥିତି ଆସିପାରେ। ପିଲା ଦିନର ସାଙ୍ଗ ସହିତ ଦୀର୍ଘ ବାର୍ତ୍ତାଳାପ କରିବେ।

କର୍କଟ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ରହିଛି। ନୂଆ ଚୁକ୍ତିପତ୍ର ଲାଗି ଭଲ ସମୟ। ସରକାରୀ ଚାକିରିଜୀବୀଙ୍କୁ ସୁଖବର ମିଳିବ।

ସି˚ହ: କ୍ୟାରିୟର ଲାଗି ସୁଯୋଗ ମିଳିବ। ପଡ଼ୋଶୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିପାରେ।

କନ୍ୟା: ଆପଣଙ୍କୁ ପରିଶ୍ରମର ସୁଫଳ ମିଳିବ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ। ପରିବାରରେ ଖୁସିର ବାତାବରଣ ରହିବ।

ତୁଳା: ଜରୁରୀ କାମରେ ବାଧା ଉପୁଜିପାରେ। ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ଛାତ୍ରମାନେ ଉଚ୍ଚଶିକ୍ଷା ନେଇ ଚିନ୍ତିତ ରହିବେ।

ବିଛା: ଆତ୍ମବିଶ୍ବାସ ଅତୁଟ ରହିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଆଲୋଚନା ହୋଇପାରେ। କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିବ।

ଧନୁ: କାର୍ଯ୍ୟ ସଫଳ ହେବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ମିଳିବ।

ମକର: କାରବାର ନେଇ ଭଲ ଖବର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।

କୁମ୍ଭ: ଧାର ଦେଇଥିବା ଅର୍ଥ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ।

ମୀନ: ଆପଣଙ୍କର ସବୁ ପ୍ରୟାସ ସଫଳ ହେବ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

ସମ୍ବନ୍ଧିତ ଖବର