ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଚିନ୍ତା ମୁକ୍ତ ରହିବେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। କର୍ମଜୀବୀ ମହିଳାଙ୍କର ଦିନଟି ଭଲରେ କଟିବ।

ବୃଷ: ବନ୍ଧୁଙ୍କ ମାଧୢମରେ ଆର୍ଥିକ ଲାଭ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଦେବେ। ପ୍ରିୟ ବନ୍ଧୁଙ୍କୁ ମନ କଥା କହିବେ।

 

ମିଥୁନ: ସ୍ବାସ୍ଥ୍ୟ ଭଲ ଓ ମନ ପ୍ରସନ୍ନ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ।

 

କର୍କଟ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ସ୍ବାସ୍ଥ୍ୟ ନେଇ ସାବଧାନ ରୁହନ୍ତୁ।

 

ସି˚ହ: ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ସାମାଜ ସେବା କରିବାର ସୁଯୋଗ ମିଳିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

 

କନ୍ୟା: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ।

 

ତୁଳା: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ବୟୋଜ୍ୟେଷ୍ଠଙ୍କ ସହିତ ସ˚ପର୍କ ନିବିଡ଼ ହେବ।

 

ବିଛା: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ଦମ୍ପତିଙ୍କ ଲାଗି ଭଲ ଦିନଟିଏ।

 

ଧନୁ: ଆର୍ଥିକ ସମସ୍ୟାର ସମାଧାନ ହେବ। ବେପାରୀଙ୍କ ଲାଗି ସମୟ ଲାଭପ୍ରଦ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ।

 

ମକର: ଆପଣଙ୍କ ବୀରତ୍ବକୁ ବଳ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ।

 

କୁମ୍ଭ: ରାଜନୀତିରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଧାର୍ମିକ ସେବା କରିବାର ଅବସର ମିଳିବ। ପ୍ରେମ ସ˚ପର୍କ ନିବିଡ଼ ହେବ।

 

ମୀନ: ବିଭିନ୍ନ ଲୋକଙ୍କ ସହିତ ବାର୍ତ୍ତାଳାପ କରିବେ। ଅନ୍ୟମାନଙ୍କ ସହିତ କଥା ହେବା ସମୟରେ ସଂଯମ ରକ୍ଷା କରନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର