ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। ପରିଶ୍ରମର ଫଳ ତୁରନ୍ତ ପାଇବେ। ଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ।

ବୃଷ: କ୍ରମାଗତ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କାମ ପୂରା ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ।

ମିଥୁନ: ଆପଣ ଶକ୍ତି ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମ କରିବେ। ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ।

କର୍କଟ: ନିଜକୁ ସୁସ୍ଥ ଓ ସତେଜ ଅନୁଭବ କରିବେ। ଆପଣଙ୍କ ସଚ୍ଚୋଟପଣିଆ ନେଇ ପ୍ରତିଟି ଜାଗାରେ ଚର୍ଚ୍ଚା ହେବ। ବୈବାହିକ ଜୀବନ ଖୁସି ଭରା ରହିବ।

ସି˚ହ: ପ୍ରଭୁଙ୍କ ଆରାଧନାରେ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।

କନ୍ୟା: ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ରାଜନୀତିରେ ସମ୍ମାନ ପାଇବେ। ଧନଲାଭର ସୁଯୋଗ ଆସିବ। ପ୍ରେମ ସ˚ପର୍କ ନିବିଡ଼ ହେବ।

ତୁଳା: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।

ବିଛା: ନିଜର ଜୀବନଶୈଳୀ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ। ପ୍ରିୟଜନଙ୍କ ମିଳନ ହେବ।

ଧନୁ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସରଳ କରିବ। ବିଶ୍ବସ୍ତ ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମକର: ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ବ୍ୟବସାୟରେ ଉନ୍ନତି ହେବ। କଲେଜ ସାଙ୍ଗ ସହିତ ଗପସପରେ ସମୟ ବିତିବ।

କୁମ୍ଭ: ଆପଣଙ୍କର ତର୍କ ଶକ୍ତିକୁ ଅନ୍ୟମାନେ ପସନ୍ଦ କରିବେ। ଖାସ୍‌ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଶିକ୍ଷା ସମ୍ବନ୍ଧୀୟ ସବୁ କାମ ସ˚ପୂର୍ଣ୍ଣ ହେବ।

ମୀନ: ଆପଣଙ୍କ କାମର ପ୍ରଶ˚ସା ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ସଙ୍ଗୀତ ଶୁଣିବାକୁ ମନ ବଳିବ।

ସମ୍ବନ୍ଧିତ ଖବର