ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପାରିବାରିକ ଜୀବନ ସୁଖମୟ ହେବ। ଆୟରେ ଅଚାନକ ବୃଦ୍ଧି ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ। ଅଫିସରେ ଆପଣଙ୍କର କତ୍ତୃର୍ତ୍ବ ବଢ଼ିବ।

ବୃଷ: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ, ଗୋଟେ ପରେ ଗୋଟେ କାମ ସ˚ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ମିଥୁନ: ଅଫିସରେ ବଡ଼ କାମର ଦାୟିତ୍ବ ମିଳିପାରେ। ସାମର୍ଥ୍ୟ ଅନୁଯାୟୀ କାମକୁ ସରଳ ଭାବେ ପୂରଣ କରିନେବେ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ଫଳ ମିଳିବ।

କର୍କଟ: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ରାଜନେତା ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ଧନପ୍ରାପ୍ତିର ଯୋଗ ରହିଛି। ପ୍ରେମରେ ସଫଳତା ମିଳିବ।

ସି˚ହ: ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଆର୍ଥିକ ମାମଲାରେ ସାବଧାନତାର ସହ କାମ କରନ୍ତୁ। ବନ୍ଧୁ ସହିତ ସମ୍ବନ୍ଧ ଘନିଷ୍ଠ ହେବ।

କନ୍ୟା: ସମାଜରେ ଲୋକମାନଙ୍କ ସହିତ ଭଲ ବୁଝାମଣା ରହିବ। ଭାବିଚିନ୍ତି ନୂଆ କାରବାରରେ ପୁଞ୍ଜି ନିବେଶ କରନ୍ତୁ। ଘର ଖର୍ଚ୍ଚ ବଢ଼ିପାରେ।

ତୁଳା: ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ଧନଲାଭର ସୂଚନା ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ପୂରା ହେବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ଧନୁ: କିଛି ଜିନିଷର ଅଭାବ ଅନୁଭବ କରିପାରନ୍ତି। ଆପଣଙ୍କ କାମ ମନ୍ଥର ଗତିରେ ପୂରା ହେବ। ଅଫିସରେ କାହାରି ସହିତ ମତଭେଦ ହୋଇପାରେ।

ମକର: ଦୃଢ଼ ମନୋବଳ ଆପଣଙ୍କୁ ସଫଳତା ଆଣିଦେବ। ମନର କଥା ଅନ୍ୟମାନଙ୍କୁ ଅବଗତ କରାଇବାରେ ସଫଳ ହେବେ। ସୁସମ୍ବାଦ ପାଇବେ।

କୁମ୍ଭ: ସବୁ କାମରେ ସଫଳତା ହାସଲ କରିବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। ପ୍ରେମ ସ˚ପର୍କ ନିବିଡ଼ ହେବ।

ମୀନ: କୌଣସି କାମରେ ବାହାରକୁ ଯାତ୍ରା କରିପାରନ୍ତି। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ। କାରବାରରେ ସଫଳତା ପାଇବେ।

ସମ୍ବନ୍ଧିତ ଖବର