ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବେ।

ବୃଷ: ସୌଭାଗ୍ୟ ଯୋଗୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ସରକାରୀ କାର୍ଯ୍ୟ ନେଇ ଲାଗି ରହିଥିବା ବାଧା ଦୂର ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ।

ମିଥୁନ: କୌଣସି କାମ ଲାଗି ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କ୍ଳାନ୍ତ ଓ ଏକଲା ଅନୁଭବ କରିପାରନ୍ତି।

କର୍କଟ: କୌଣସି କାର୍ଯ୍ୟ ସମ୍ପାଦନ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

ସି˚ହ: ପ୍ରତ୍ୟେକ କାମ ବିନା ବାଧାବିଘ୍ନରେ ସ˚ପନ୍ନ ହେବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ଦମ୍ପତି ପରସ୍ପର ପ୍ରତି ସମ୍ବେଦନଶୀଳ ହେବେ।

 

କନ୍ୟା: ବେପାରରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ହସଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ମହିଳାମାନେ ଅଳଙ୍କାର କିଣିବା ଲାଗି ସହରକୁ ଯିବେ।

 

ତୁଳା: ଧୢାନ ଜପ ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ଚାକିରିଜୀବୀଙ୍କ ପାଖକୁ ଖୁସି ଖବର ଆସିପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ।

 

ବିଛା: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସେବା କାର୍ଯ୍ୟରେ ଅଧିକ ସମୟ ଦେବେ। ଲୋକେ ଆପଣଙ୍କ ତର୍କ ଦ୍ବାରା ପ୍ରଭାବିତ ହେବେ। ଖର୍ଚ୍ଚ ବଢ଼ିପାରେ।

 

ଧନୁ: ଆପଣଙ୍କର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ରାଜନୀତିରେ କିଛି ପାଦ ଆଗକୁ ବଢ଼ିବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ।

 

ମକର: ଖୋଦ୍‌କୁ ଶକ୍ତିବାନ ଅନୁଭବ କରିବେ। ବନ୍ଧୁଙ୍କ ସହଯୋଗରେ ଆପଣଙ୍କ ଜରୁରୀ ଦାୟିତ୍ବ ପୂରା ହେବ। ଅଚାନକ ଧନଲାଭ ହେବ।

 

କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବହୁ ଦିନ ପରେ ଆପଣଙ୍କୁ ପରିଶ୍ରମର ଭଲ ପରିଣାମ ମିଳିପାରେ।

 

ମୀନ: ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ଅଫିସରେ ବାତାବରଣ ତିକ୍ତ ରହିବା ହେତୁ ଟିକେ ଚିନ୍ତିତ ରହିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର