ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଭାବନା ସକାରାତ୍ମକ ରହିବ। ଉନ୍ନତିର ନୂଆ ମାର୍ଗ ଖୋଲିବ। ଦାମ୍ପତ୍ୟ ଜୀବନ ସୁଖଦ ରହିବ। ବି.ଏସ୍‍ସି. ଛାତ୍ରଙ୍କୁ କ୍ୟାରିୟରରେ ସଫଳତା ମିଳିବ।

 

ବୃଷ: ଧର୍ମ କାର୍ଯ୍ୟରେ ସମୟ ବିତିବ। ବେପାରରେ ଆଶାଜନକ ଫଳ ପାଇବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ବନ୍ଧୁ ସହିତ ସାକ୍ଷାତ ଲାଭପ୍ରଦ ହେବ।

 

ମିଥୁନ: ନୂଆ କୌଶଳରେ ସମସ୍ୟାର ସମାଧାନ କରିନେବେ। ପରିଜନଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ। ଧନଲାଭ ଯୋଗ ରହିଛି।

 

କର୍କଟ: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ପରିଶ୍ରମର ଫଳ ଅତିଶୀଘ୍ର ମିଳିବ। ଘରେ ସୁଖ ଶାନ୍ତି ବଜାୟ ରହିବ। ନୂଆ ଜମି କିଣିବାର ଯୋଜନା କରିବେ।

 

ସି˚ହ: ସେବା କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବନ୍ଧୁଙ୍କ ସହିତ ଲାଗିରହିଥିବା ତିକ୍ତତା ସମାପ୍ତ ହେବ। ଚାକିରି ବୃତ୍ତିରେ ଲାଭ ପାଇବେ। ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ।

 

କନ୍ୟା: ମନପ୍ରାଣ ଢ଼ାଳି ନିଜର କାମ କରିବେ। ସକାରାତ୍ମକ ବ୍ୟବହାରରେ ଲୋକଙ୍କୁ ପ୍ରଭାବିତ କରିବେ। କବି ନୂଆ କାବ୍ୟ ରଚନା ଆରମ୍ଭ କରିବେ।

 

ତୁଳା: ଆପଣଙ୍କର ମାନସିକ ଅବସ୍ଥା ଭଲ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଚାକିରିଜୀବୀଙ୍କର ସ୍ଥଗିତ କାମରେ ସହକର୍ମୀ ସାହାଯ୍ୟ କରିବେ।

 

ବିଛା: ଆପଣଙ୍କ ମନକୁ ଚମତ୍କାର ବିଚାର ଆସିବ। ଧନ ସ˚ପତ୍ତି ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ଉତ୍ତମ ରହିବ। ବି.ଟେକ୍‌. ଛାତ୍ରଙ୍କ ଲାଗି ଦିନଟି ଭଲ।

 

ଧନୁ: କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ଲାଗି ବନ୍ଧୁଙ୍କ ସାହାଯ୍ୟ ପାଇବେ। ପୁରୁଣା ବିବାଦ ସମାପ୍ତ ହେବ। ଧାର୍ମିକ କାର୍ଯ୍ୟକଳାପରେ ସମୟ ବିତିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

 

ମକର: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ରୋଜଗାର ବିଷୟରେ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

 

କୁମ୍ଭ: ଅନ୍ୟମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ପରିଶ୍ରମର ସୁଫଳ ପାଇବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

 

ମୀନ: କାର୍ଯ୍ୟରେ ସଫଳତା ଲାଗି ଭାଗ୍ୟ ଉପରେ ସ˚ପୂର୍ଣ୍ଣ ଭରସା ନ କରି ଅଧିକ ପରିଶ୍ରମ କରନ୍ତୁ। ଆର୍ଥିକ ସ୍ଥିତିରେ ଅସ୍ଥିରତା ଲାଗି ରହିବ। ବନ୍ଧୁଙ୍କ ଠାରୁ ଉପହାର ପାଇବେ।

ସମ୍ବନ୍ଧିତ ଖବର