publive-imageମେଷ: ପାରିବାରିକ ଜୀବନରେ ପରିବର୍ତ୍ତନ ହୋଇପାରେ। ଆପଣ ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।

Advertisment

publive-imageବୃଷ: ବ୍ୟବସାୟରେ ଯଥେଷ୍ଟ ଅଭିବୃଦ୍ଧି ହେବ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ପ୍ରସନ୍ନ ରହିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

publive-imageମିଥୁନ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ। ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

publive-image

କର୍କଟ: ଆପଣଙ୍କ ମନ ସକାରାତ୍ମକ ରହିବ। କାର୍ଯ୍ୟକ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ଜୀବନସାଥୀ ସହ ତାଳମେଳ ବଜାୟ ରହିବ।

publive-imageସିଂହ: ମାତା ପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ଯୋଗ ରହିଛି। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।

publive-imageକନ୍ୟା: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନୂଆ ବିଚାର ସହ ବିଶେଷ କାର୍ଯ୍ୟ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀ ଆଶାତୀତ ଲାଭ ପାଇବେ।

publive-imageତୁଳା: ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିବ। କୌଣସି କାମର ଯୋଜନା ପ୍ରସ୍ତୁତ କରିବେ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ଆସିବ। ‌‌

publive-imageବିଛା: ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ। ଓକିଲଙ୍କର ପ୍ରସିଦ୍ଧି ବଢ଼ିବ। ଛାତ୍ର ଲେଖାପଢ଼ାରେ ଧ୍ୟାନ ଦେବେ।

publive-imageଧନୁ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହୋଇପାରେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘର ପାଇଁ ଦରକାରୀ ଜିନିଷ କିଣିବେ।

publive-imageମକର: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ।

publive-image

କୁମ୍ଭ: ଦିନଟି ବହୁତ ଶୁଭ ରହିବ। ଆପଣଙ୍କର ନିଷ୍ପତ୍ତିକୁ ପରିବାର ଲୋକ ସମର୍ଥନ କରିବେ। ବେପାରରେ ଉନ୍ନତି ହେବ। ଲେଖକଙ୍କୁ ଖ୍ୟାତି ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

publive-imageମୀନ: ବେପାର ବଣିଜରେ ଲାଭ ହେବ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କୌଣସି ଖୁସି ଖବର ପାଇବେ। କ୍ୟାରିଅରରେ ଆପଣ ଗୁରୁଙ୍କ ମାର୍ଗଦର୍ଶନ ପାଇବେ।